ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହେବ। ମହିଳାମାନେ ପିଲାଙ୍କ ସହ ଜିନିଷ କିଣିବାକୁ ଯିବେ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ।

ବୃଷ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ଇଂଜିନିୟର ଅଭିଜ୍ଞତାକୁ ଠିକ୍ ଦିଗରେ ଲଗାଇବେ। ଆପଣ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ: ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। କୌଣସି ମାମଲାରେ ନିଜର ଆତ୍ମବିଶ୍ବାସକୁ ଦୃଢ଼ ରଖିପାରିବେ ନାହିଁ।

କର୍କଟ: ଆଇନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ଭଲ ସମୟ ବିତିବ।

ସିଂହ: ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ଅଫିସରେ ପରିବେଶ ଭଲ ରହିବ। ବରିଷ୍ଠଙ୍କ ସହ କଥାବାର୍ତ୍ତା ବେଳେ ନିଜର ଭାବଭଙ୍ଗୀ ଉପରେ ଧ୍ୟାନ ରଖନ୍ତୁ।

କନ୍ୟା: ଆପଣଙ୍କ କାମରେ ଭାଇଭଉଣୀ ସହଯୋଗ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖଦ ପରିବେଶ ରହିବ।

ତୁଳା: ଆପଣ ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ମାତାପିତାଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ।

ବିଛା: ଅଫିସରେ କୌଣସି କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ସୁସମ୍ବାଦ ପାଇବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ସମାଜର ଲୋକ ଆପଣଙ୍କ ସହ ମିଶିବା ପାଇଁ ଆସିବେ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ।

ମକର: ନିତିଦିନିଆ କାମରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନ ତରଫରୁ ଖୁସି ଖବର ମିଳିବ।

କୁମ୍ଭ: ଭ୍ରମଣରେ ଅଧିକ ସମୟ ଅତିବାହିତ କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିନେବେ।

ମୀନ: ଛୋଟଛୋଟ କଥାରେ ଧ୍ୟାନ ଦେଲେ କାମରେ ସଫଳତା ପାଇବେ। ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।

ସମ୍ବନ୍ଧିତ ଖବର