ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ରାସ୍ତା ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। କୌଣସି ସ୍ବାସ୍ଥ୍ୟଲାଭ ଯୋଜନାରେ କାମ କରିବେ।

ବୃଷ: ମହ୍ବତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ। ଆମଦାନିର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଅଚାନକ ଧନଲାଭ ହେବ। ଚାକିରିରେ ଉନ୍ନତି ଯୋଗ ଅଛି।

ମିଥୁନ: ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ସହିତ ମିଶିବା ପାଇଁ ଘରକୁ ଆସିବେ। ଜମି ଦଲାଲଙ୍କୁ ଅଧିକ ଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

କର୍କଟ: ଦିନଟି ବ୍ୟସ୍ତତା ଭରା ରହିବ। ମନରେ କୌଣସି କଥାକୁ ନେଇ ଦ୍ବିଧାରେ ରହିବେ। କୌଣସି ବନ୍ଧୁ ସହିତ ବଚସା ହୋଇପାରେ। କାରବାରରେ ଭାଇର ସହଯୋଗ ପାଇବେ।

ସିଂହ: ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ମହତ୍ତ୍ବପୂର୍ଣ୍ଣ କାମ ଜଲଦି ପୂରା କରିନେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

କନ୍ୟା: ଆପଣଙ୍କ ନୂଆ ଯୋଜନା ଆକର୍ଷକ ହେବ। କିଣା ବିକାରେ ସାବଧାନ ଅବଲମ୍ବନ କରନ୍ତୁ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ। ଜୀବନସାଥୀଙ୍କ ସହ ତାଳମେଳ ଭଲ ରହିବ।

ତୁଳା: କୌଣସି କଥା ଉପରେ ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। କାରବାରରେ ଦୈନିକ ଅପେକ୍ଷା ଅଧିକ ଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମିଷ୍ଟତା ଆସିବ।

ବିଛା: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ଧନୁ: ସମାଜସେବୀଙ୍କ ଲାଗି ଦିନଟି ଭଲ। ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ। ଛୋଟ ଭାଇ ଭଉଣୀଙ୍କୁ ଲେଖାପଢ଼ାରେ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ରହିବ।

ମକର: ଆର୍ଥିକ ଚିନ୍ତା ଦୂର ହେବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଫିସରେ କୌଣସି ନୂଆ ପ୍ରକଳ୍ପ ସଂପୂର୍ଣ୍ଣ ହେଉହେଉ ଅଧୁରା ରହିପାରେ। ବନ୍ଧୁମାନଙ୍କୁ ନିଜର କଥା କହିବେ।

କୁମ୍ଭ: ନୂଆ କାମ ଉପରେ ବିଚାର କରିବା ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଯିବ।

ମୀନ: ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। କିଣାବିକା ଲାଗି ଭଲ ଦିନଟିଏ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ସହ ମିଶିବାର ମଉକା ପାଇବେ।

ସମ୍ବନ୍ଧିତ ଖବର