ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଶତ୍ରୁ ଆପଣଙ୍କୁ ହଇରାଣ କରିବା ଲାଗି ଚେଷ୍ଟା କରିବେ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଘରକୁ ପ୍ରିୟବନ୍ଧୁ ଆସିବେ।

 

ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ପାଇଁ ଯୋଜନା କରିବେ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଆପଣଙ୍କର ଦରମା ବୃଦ୍ଧି ହେବ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।

କର୍କଟ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପାରିବାରିକ ମାମଲା ନେଇ ଜୀବନସାଥୀଙ୍କ ସହ କଥା ହେବେ। ବ୍ୟବସାୟରେ ନିବେଶ ପାଇଁ ଠିକ୍ ସମୟକୁ ଅପେକ୍ଷା କରନ୍ତୁ।

ସିଂହ: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ସରକାରୀ ଅଫିସ୍‌ର କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ତାନର କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ।

କନ୍ୟା: ମହତ୍ତ୍ବପୂର୍ଣ୍ଣ ପାରିବାରିକ କାର୍ଯ୍ୟ ପୂରା ହେବ। ଭବିଷ୍ୟତ ଯୋଜନା ଉପରେ ବିଚାର-ବିମର୍ଶ କରିବେ। ବେପାର ବଢ଼ାଇବା ପାଇଁ ଆପଣଙ୍କ ସମ୍ମୁଖକୁ ନୂଆ ଉପାୟ ଆସିବ।

 

ତୁଳା: ଦିନଟି ବେପାର ଲାଗି ଲାଭପ୍ରଦ। ଯୋଜନା ତିଆରି କରିବା ଲାଗି ପ୍ରତିଟି କାମ ନିଷ୍ଠାର ସହ କରିବାକୁ ଚେଷ୍ଟା କରନ୍ତୁ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି।

ବିଛା: ନୂଆ କାମ ଶିଖିବାରେ ଆପଣଙ୍କ ମନ ଲାଗିବ। ବ୍ୟବସାୟ ବୃଦ୍ଧି ହେବାର ଯୋଗ ରହିଛି। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭ୍ରମଣ ସୁଖଦ ହେବ।

 

ଧନୁ: ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ପାଇଁ ଉପହାର ଦେବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ।

 

ମକର: ବ୍ୟବସାୟରେ ପରିବାରରେ ସହଯୋଗ ପାଇବେ। କ୍ୟାରିୟରକୁ ନେଇ ମନରେ ସଂଶୟ ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

 

କୁମ୍ଭ: ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ଅଧୁରା କାର୍ଯ୍ୟ ପୂରା କରିବା ଲାଗି ଦିନଟି ଭଲ। ପ୍ରଶାସନିକ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଧୈର୍ଯ୍ୟର ସହ କାମ କରିବା ଦରକାର।

ମୀନ: ମନରେ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କୌଣସି ପରିବର୍ତ୍ତନ କରିପାରନ୍ତି। ଅଫିସରେ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର