ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବେପାରରେ ଅଚାନକ ଧନଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।

ବୃଷ: ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ।

ମିଥୁନ: କାରବାରରେ ଆସୁଥିବା ସମସ୍ୟା ଲାଗି ଅଶାନ୍ତି ବଢ଼ିବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ। ସମାରୋହରେ ନିକଟ ସଂପର୍କୀୟଙ୍କ ସହ ସାକ୍ଷାତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ନିଜର ଲକ୍ଷ୍ୟ ପ୍ରାପ୍ତି ଲାଗି ଗମ୍ଭୀର ଭାବେ ଉଦ୍ୟମ କରିବେ। ବ୍ୟବସାୟରେ ଧନଲାଭ ହେବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ।

ସିଂହ: ବହୁ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଅନ୍ୟମାନଙ୍କ ସହ ମିଳାମିଶା ବଢ଼ିବ। ଚାକିରିଆଙ୍କୁ ସାଥୀଙ୍କ ଠାରୁ କମ୍ ସହଯୋଗ ମିଳିପାରେ।

କନ୍ୟା: କ୍ୟାରିୟରରେ ଉନ୍ନତି ଲାଗି ଭଲ ପରାମର୍ଶ ପାଇବେ। ଯାହା ବି ନିଷ୍ପତ୍ତି ନେବେ ସୁନିଶ୍ଚିତ ଲାଭ ମିଳିବ। ରାଜନେତାଙ୍କୁ ସାମାଜିକ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ମିଳିବ।

ତୁଳା: ଅଫିସରେ ଆପଣଙ୍କୁ ଭଲ ଖବର ମିଳିପାରେ। ଆପଣଙ୍କ କାମରେ ସ୍ଥିରତା ବଜାୟ ରହିବ। ଘରୋଇ ଖର୍ଚ୍ଚ ବଢ଼ିବା ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ।

ବିଛା: ତଟକା ଫୁଲ ଭଳି ଆପଣଙ୍କ ବ୍ୟବହାରକୁ ତାଜା ରଖନ୍ତୁ। ବନ୍ଧୁମାନଙ୍କ ସହ ସୁଖଦ ସମୟ ବିତିବ। ମହିଳାମାନେ ଜିନିଷ କିଣିବାରେ ଅଧିକ ସମୟ ବ୍ୟୟ କରିବେ।

ଧନୁ: ଧୈର୍ଯ୍ୟ ବଜାୟ ରଖନ୍ତୁ, ଆପଣ ଯାହା ଆଶା କରୁଛନ୍ତି ତାହା ଆପଣଙ୍କୁ ମିଳିବ। ଅତିଶୀଘ୍ର ଜରୁରୀ କାମ ସଂପୂର୍ଣ୍ଣ କରି ନିଅନ୍ତୁ। ଅଫିସରେ ଆପଣଙ୍କ ବସିବା ସ୍ଥାନ ବଦଳିପାରେ।

ମକର: କୌଣସି ନୂଆ ଯୋଜନା ତିଆରି କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। କୌଣସି ଆହ୍ବାନମୂଳକ କାମ ଆପଣଙ୍କୁ ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କୁମ୍ଭ: ସମୟ ସହିତ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ।

ମୀନ: କୌଣସି କଥାକୁ ନେଇ ମନ ଅସ୍ଥିର ରହିବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ଅଭିଜ୍ଞ ଲୋକଙ୍କ ଠାରୁ ଭଲ ପରାମର୍ଶ ମିଳିବ।

ସମ୍ବନ୍ଧିତ ଖବର