ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

 

ବୃଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ତ୍ରୁଟିରେ ବିରକ୍ତ ନ ହୋଇ ତାଙ୍କୁ କ୍ଷମା କରିଦିଅନ୍ତୁ। ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ।

ମିଥୁନ: ଆପଣଙ୍କର ବୁଝିବା ଶକ୍ତି ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ଅଫିସର କୌଣସି ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ପାରିବାରିକ ସୁଖ ବୃଦ୍ଧି ହେବ। ପଡ଼ୋଶୀ ଆପଣଙ୍କ ସହିତ ଲାଗି ରହିଥିବା ମନାନ୍ତର ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବେପାରରେ ଆର୍ଥିକ ଲାଭ ହେବ।

କନ୍ୟା: ଆପଣଙ୍କ ସହିତ ସବୁ ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଚାକିରିଆଙ୍କୁ ଉନ୍ନତିର ନୂଆ ଅବସର ମିଳିବ।

 

ତୁଳା: ଦିନଟି ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ରହିବ। ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଚାକିରି ବୃତ୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ।

ବିଛା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବିତିବ। ସ୍ଥଗିତ କାମ ଆଗକୁ ବଢ଼ାଇବେ। ପୁଞ୍ଜି ବଜାରରୁ ଲାଭ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।

 

ଧନୁ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି କିଣାବିକା କରିବା ପାଇଁ କିଛି ଦିନ ଅପେକ୍ଷା କରିଯାଆନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

 

ମକର: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

 

କୁମ୍ଭ: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କ ମନ ଲାଗି ନ ପାରେ।

ମୀନ: ଯେଉଁ କାମ ସଂପୂର୍ଣ୍ଣ କରିବାକୁ ଭାବିବେ ତାକୁ ଅଧିକ ପରିଶ୍ରମ ବଳରେ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପରିବାରରେ ପରିବେଶ ଭଲ ରହିବ।

ସମ୍ବନ୍ଧିତ ଖବର