ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ବାହାରକୁ ଗଲାବେଳେ ପ୍ରିୟବନ୍ଧୁ ସହ ଦେଖାହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟବସାୟ ଦୁନିଆରେ କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସହ ମିଶିବାର ମଉକା ପାଇବେ।

ବୃଷ: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ଘରକୁ ବନ୍ଧୁ ଆସିବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଉନ୍ନତିରେ ବାଧା ଆସିପାରେ।

ମିଥୁନ: ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୂରା କରିବେ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ନିଜର ଶକ୍ତିକୁ ସକାରାତ୍ମକ କାମରେ ଲଗାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ପାଇବେ। ନିଜ କ୍ୟାରିୟରରେ ପରିବର୍ତ୍ତନ ଆଣିପାରନ୍ତି।

ସିଂହ: ଦୀର୍ଘ ଦିନର ବାକି କାମ ସମାପ୍ତ କରିବାରେ ସଫଳ ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। କ୍ୟାରିୟରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ଢଳିବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ଘର ଖର୍ଚ୍ଚ ବଢ଼ିପାରେ। ଛାତ୍ରଙ୍କୁ ଭଲ ପରିଣାମ ମି​ଳିବ।

ତୁଳା: ବିଶେଷ କାମରେ ଆପଣ ସଫଳତା ହାସଲ କରିବେ। ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ନିଜର ସାମର୍ଥ୍ୟ ଓ ଶକ୍ତି ପାଇଁ ସୁନାମ ଅର୍ଜନ କରିବେ।

ବିଛା: ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହୋଇପାରେ। ସପରିବାର ବାହାରକୁ ବୁଲି ଯାଇପାରନ୍ତି। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ।

ଧନୁ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଧନଲାଭ ପାଇଁ ନୂଆ ଉତ୍ସ ମିଳିବ। ଜୀବନସାଥୀଙ୍କ ସହ ଭଲ ତାଳମେଳ ବଜାୟ ରହିବ।

ମକର: ଅନ୍ୟମାନଙ୍କ ସହଯୋଗ ପାଇବେ। ଅଧୁରା କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

କୁମ୍ଭ: କାରବାରରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଘରକୁ ବନ୍ଧୁ ଆସିବାର ସମ୍ଭାବନା ଅଛି। ନୂଆ ଯୋଜନା ତିଆରି କରିବେ।

ମୀନ: ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଘରକୁ ବନ୍ଧୁମାନଙ୍କର ଯିବା ଆସିବା ଲାଗି ରହିବ।

ସମ୍ବନ୍ଧିତ ଖବର