ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ଅଛି।

ବୃଷ: କ୍ୟାରିୟର ଆଗକୁ ବଢ଼ାଇବା ପ୍ରୟାସରେ ଲାଭ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ହାସଲ ହେବ। ଭାଇ ନିଜ କାମରେ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

କର୍କଟ: ଆପଣଙ୍କ କାମରେ ଅଧସ୍ତନ ଓ ଉପରିସ୍ଥ କର୍ମଚାରୀ ଖୁସି ହେବେ। ଆପଣଙ୍କ ବ୍ୟବହାରରେ ପରିବାରବର୍ଗ ଖୁସି ରହିବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ସିଂହ: ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଅଫିସରେ କାମର ବୋଝ ବଢ଼ିପାରେ। ବ୍ୟବସାୟୀ ମହତ୍ତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ଠାରୁ କୌଣସି ଉପହାର ପାଇବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଛାତ୍ରୀ ଶାନ୍ତ ମନରେ ଅଧ୍ୟୟନ କରନ୍ତୁ।

ବିଛା: ବେପାରକୁ ବଢ଼ାଇବା ପାଇଁ ନୂଆ ଯୋଜନା ତିଆରି କରିବେ। ବ୍ୟାଙ୍କ କର୍ମଚାରୀ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିବେ। ପ୍ରେମିକା ସହିତ ସମୟ କାଟିବେ।

ଧନୁ: ନୂଆ କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନେତାଙ୍କ ମାନ ସମ୍ମାନ ବଢ଼ିବ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ।

ମକର: କାମରେ ସୁଧାର ପ୍ରତି ଆପଣ ଧ୍ୟାନ ଦେବେ। ଅଫିସରେ ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ଘରେ କୌଣସି ଜିନିଷ ମରାମତି କରିବାକୁ ପଡ଼ିପାରେ।

କୁମ୍ଭ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଆପଣଙ୍କ ବ୍ୟବସାୟରେ ବାପା ସାହାଯ୍ୟ କରିବେ। ନୂଆ ବ୍ୟକ୍ତିଙ୍କ ସମ୍ପର୍କରେ ଭଲଭାବେ ଜାଣିବା ପରେ ଯାଇ ବନ୍ଧୁତା କରନ୍ତୁ।

ମୀନ: ଅଫିସରେ ଆପଣଙ୍କୁ ଯାହା ବି କାମ ମିଳିବ ତାକୁ ଭଲଭାବେ ତୁଲାଇବେ। ଜମି ଦଲାଲଙ୍କ କାମ ଠିକ୍ ମାର୍ଗରେ ଆଗେଇବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ସମ୍ବନ୍ଧିତ ଖବର