ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରି ସନ୍ତାଷଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ବୃଷ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁଙ୍କ ପରାମର୍ଶ ନେବା ଲାଭପ୍ରଦ। ଆପଣଙ୍କ ବିବାହ ପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।

ମିଥୁନ: ଘରକୁ ବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମ କଲେଯାଇ ଫଳ ପାଇବେ। ଅଫିସର କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।

କର୍କଟ: ସମସ୍ତଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ସିଂହ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ।

କନ୍ୟା: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ପାଇବେ। ଭାଇଭଉଣୀଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରିବେ। ପ୍ରେମରେ ସଫଳତା ମିଳିବ।

ବିଛା: ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ଶିକ୍ଷକଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। କାମରେ ମାଆଙ୍କ ସହଯୋଗ ପାଇବେ। ଓକିଲ କୌଣସି ବଡ଼ ମକଦ୍ଦମା ଜିଣିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ମକର: କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କୁମ୍ଭ: ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ପରିବାର ସହିତ ଅଧିକ ସମୟ କାଟିବାର ସୁଯୋଗ ପାଇବେ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ରହିପାରେ। କେହି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ସମ୍ବନ୍ଧିତ ଖବର