/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଚେଷ୍ଟାରେ ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣଙ୍କ ଲାଗି ଭଲ ଦିନଟିଏ। ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ନିବିଡ଼ତର ହେବ। ଛାତ୍ରଙ୍କୁ ଖୁସି ଖବର ମିଳିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ପ୍ରସିଦ୍ଧି ବଢ଼ିବ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ସକାରାତ୍ମକ ଆଭିମୁଖ୍ୟ ପାଇଁ ଆପଣଙ୍କୁ ଲାଭ ମିଳିବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ବଢ଼ିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ପରିବାର ସହିତ ଅଧିକ ସମୟ କାଟିବେ। ବେପାର ବୃଦ୍ଧି ପାଇବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଦୀର୍ଘଦିନ ଅପେକ୍ଷା କରିଥିବା ସଫଳତା ମିଳିବ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇ ଆଶ୍ବସ୍ତ ଅନୁଭବ କରିବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ନୂଆ କାମ କରିବା ପାଇଁ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିପାରିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଜ୍ଞାନର ପରିଧି ପରିବ୍ୟାପ୍ତ ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିପାରେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାର ସହିତ ସୁଖଦ ସମୟ କାଟିବେ।
ମୀନ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)