ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଝିଅର ଭଲ ଜାଗାରେ ଚାକିରି ହେବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଘର ସଜାଇବା ପାଇଁ ଦାୟିତ୍ବ ମିଳିପାରେ। ବିରୋଧୀ ଆପଣଙ୍କୁ ସାହାଯ୍ୟ ମାଗିବେ।

ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭପ୍ରଦ। ଧନଲାଭ ଯୋଗ ଅଛି। ଜମି ବିବାଦ ସମାପ୍ତ ହୋଇଯିବ। ଭାଗୀଦାରିରେ କାମ ଆପଣଙ୍କ ଲାଗି ଲାଭଦାୟକ ହେବ। ଅଫିସରେ ନୂଆ କାମ ହାତକୁ ନେବେ।

ମିଥୁନ: କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ଅନ୍ୟମାନଙ୍କୁ ନିଜ କଥାରେ ନିଜ ଆଡ଼କୁ ଆକର୍ଷିତ କରିନେବେ। ଛାତ୍ରଛାତ୍ରୀ ପରୀକ୍ଷା ସଂପର୍କରେ ଶୁଭ ଖବର ପାଇବେ।

କର୍କଟ: ଧନଧାନ୍ୟ ବୃଦ୍ଧି ହେବ। ଫାଲତୁ କଥା ଠାରୁ ଦୂରରେ ରହନ୍ତୁ। ବନ୍ଧୁ ସହ ବାହାରକୁ ବୁଲି ଯିବା ସ୍ଥଗିତ ହୋଇପାରେ। ସନ୍ତାନଙ୍କ ତରଫରୁ ନିଶ୍ଚିତ ରହିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ବିଶେଷ ବ୍ୟକ୍ତିଙ୍କୁ ଭେଟିବେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ଆର୍ଥିକ ଚିନ୍ତା ଦୂର ହେବ। ପରିଶ୍ରମର ଫଳ ସନ୍ତୋଷଜନକ ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଢ଼ିବ। ଆପଣ କୌଣସି କଥାରେ ନେତୃତ୍ବ ନେବେ। କୃଷିଜୀବୀଙ୍କୁ ଲାଭ ହୋଇପାରେ।

ତୁଳା: ଦିନଟି ଅଧିକ ଲାଭ ଦେବ। ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ। ପୁଅର କ୍ୟାରିୟର ପାଇଁ ବାସ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ଠିକାଦାରଙ୍କ ଲାଗି ଦିନଟି ଲାଭପ୍ରଦ।

ବିଛା: ବ୍ୟବସାୟ ସୁଦୂର ବିସ୍ତାର ପାଇଁ ପ୍ରୟାସ କରିବେ। ଘରକୁ କୁଣିଆ ଆସିବା ଯୋଗୁଁ ପିଲାମାନଙ୍କର ଉତ୍ସାହ ଦେଖାଦେବ। ଆଶାୟୀ ଯୁବକଙ୍କୁ ଭଲ ଚାକିରି ମିଳିପାରେ।

ଧନୁ: ବ୍ୟବସାୟରେ ପୁଞ୍ଜି ନିବେଶ ଲାଗି କୌଣସି ବିଶେଷଜ୍ଞଙ୍କର ପରାମର୍ଶ ନେବେ। ପରିବାରରେ ଲାଗି ରହିଥିବା ମତଭେଦ ସମାପ୍ତ ହେବ। କୌଣସି ମାମଲାର ସହମତି ପାଇଁ ପ୍ରସ୍ତୁତ ରହନ୍ତୁ।

ମକର: ମାର୍ବଲ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ରାଜନେତାମାନଙ୍କର ମାନ ସମ୍ମାନ ବଢ଼ିବ। ସିବିଲ ଇଂଜିନିୟ ଛାତ୍ର ପରୀକ୍ଷାରେ ଭଲ କରିବେ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ।

କୁମ୍ଭ: ଆପଣଙ୍କ କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିିବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ନେଇ ପରିବାର ଲୋକଙ୍କ ସହ କଥା ହେବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ମୀନ: କ୍ୟାରିୟରରେ କିଛି ସକାରାତ୍ମକ ପରିବର୍ତ୍ତନ ହେବ। ଯାନ କିଣିବା ପୂର୍ବରୁ ପରିବାର ଲୋକଙ୍କ ସହ ବିଚାର କରିବେ। ଧାର ଦେଇଥିବା ଅର୍ଥ ଫେରି ପାଇବେ। ପ୍ରେମରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧିତ ଖବର