ମେଷ: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ଦୂର ସ୍ଥାନକୁ ପଠାଇ ପାରନ୍ତି।
ବୃଷ: ଅଫିସରେ ନିଜ ମତ ରଖିବାର ସୁଯୋଗ ପାଇବେ। ପଇସା ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ। ବିଶେଷ କାମରେ ଲାଭ ମିଳିବାର ଯୋଗ ଅଛି। ପରିବାରରେ ସୁଖ ଶାନ୍ତି ବଢ଼ିବ।
ମିଥୁନ: ପରିବାର ଲୋକଙ୍କର ଉତ୍ସାହ ବଜାୟ ରହିବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରିରେ ଉନ୍ନତିର ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।
କର୍କଟ: ଅଧିକାରୀଙ୍କ ସହ ବିଶେଷ କାର୍ଯ୍ୟ ନେଇ କଥାବାର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ କରିବେ।
ସିଂହ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।
କନ୍ୟା: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ମିଳିବ।
ତୁଳା: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତ ପାଇଁ ଇଚ୍ଛୁକ ହେବେ।
ଧନୁ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି ବିଷୟ ନେଇ ଭାବପ୍ରବଣ ହେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ।
ମକର: ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ହେବ। ଅଫିସରେ କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।
କୁମ୍ଭ: ବ୍ୟବସାୟ କାମରେ ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ।
ମୀନ: ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାରିବାରିକ ବିବାଦ ଠାରୁ ଦୂରରେ ରୁହନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।