ମେଷ: ଟଙ୍କା ପଇସାକୁ ନେଇ ମନରେ ବିଭିନ୍ନ ପ୍ରକାର ଚିନ୍ତା ଆସିବ। ସବୁ ସମସ୍ୟାର ସମାଧାନ ବାହାରିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ବୃଷ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ।
ମିଥୁନ: ଆଗକୁ ବଢ଼ିବା ଲାଗି କିଛି ନୂଆ କରିବେ। ଆପଣଙ୍କ ଉପରେ ବାପାମାଆଙ୍କ ଆଶୀର୍ବାଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
କର୍କଟ: ମଧ୍ୟହ୍ନ ସୁଦ୍ଧା ସୁସମ୍ବାଦ ପାଇବେ। ଆପଣଙ୍କୁ ଏଭଳି କାମ ମିଳିବ ଯାହା ଆପଣ ସହଜରେ କରିଦେବେ। ଘରେ ସୁଖ ସୌଭାଗ୍ୟ ବଜାୟ ରହିବ।
ସିଂହ: କାରବାରରେ ଅଚାନକ ଧନଲାଭ ହେବ। ଘରୋଇ କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଶିକ୍ଷାର୍ଥୀଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ମିଳିବ।
କନ୍ୟା: ଯେଉଁ କାମ କରିବା ପାଇଁ ଭାବିବେ ସେଥିରେ ସଫଳତା ପାଇବେ। ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ।
ତୁଳା: ପୁଞ୍ଜି ବଜାରରେ ନିବେଶ କଲେ ଭବିଷ୍ୟତରେ ଲାଭ ମିଳିବ। ନୂଆ ଲୋକଙ୍କ ସହ ସଂପର୍କ ଗଢ଼ିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଛା: ଘରୋଇ ଜିନିଷ କିଣାକିଣିରେ ଅଧିକ ଖର୍ଚ୍ଚ କରିପାରନ୍ତି। କାର୍ଯ୍ୟରେ ବାପାଙ୍କ ସହଯୋଗ ପାଇବେ। ରାଜନୀତିରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ ପରିଶ୍ରମ କରିବାକୁ ହେବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁ ମାଧ୍ୟମରେ ଜରୁରୀ କାମ ପୂରା ହୋଇଯିବ। ଆପଣଙ୍କ ମନରେ ରୋଚକ ବିଚାର ସୃଷ୍ଟି ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ।
ମକର: ଜୀବନରେ ଆଗକୁ ବଢ଼ିବା ଲାଗି ଦିନଟି ଭଲ। ନିଜକୁ ଅନ୍ୟମାନଙ୍କ ଆଗରେ ପ୍ରମାଣିତ କରିବାରେ ସଫଳ ହେବେ। କାରବାରରେ ଆଶାଠୁଁ ଅଧିକ ଲାଭ ପାଇବେ।
କୁମ୍ଭ: ଅଧିକ ଚେଷ୍ଟା କଲେ କାମରେ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହ ଉଦ୍ୟାନକୁ ବୁଲିଯିବେ। ଜୀବନସାଥୀ ଆପଣଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରି ଖୁଆଇବେ।
ମୀନ: ଆପଣଙ୍କର ଆର୍ଥିକ ସ୍ଥିତି ସାମାନ୍ୟ ରହିବ। କୌଣସି କଥାକୁ ବୁଝିବାରେ ସମସ୍ୟା ହୋଇପାରେ। ତରବରିଆ ଭାବେ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମ ଜୀବନ ମଧୁର ହେବ।