ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ସହିତ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ବୃଷ: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ସଫଳତାର ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ। ବନ୍ଧୁମାନଙ୍କ ଗହଣରେ ଖୁସିର ମୁହୂର୍ତ୍ତ କାଟିବେ।

ମିଥୁନ: ନୂଆ କୀର୍ତ୍ତିମାନ ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ।

କର୍କଟ: ଘର ଲୋକଙ୍କ ସାହାଯ୍ୟରେ ଅଧୁରା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଗୃହିଣୀମାନେ କିଛି ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବେ। ଶାରୀରିକ ଭାବେ ସୁସ୍ଥ ରହିବେ।

ସିଂହ: ଆପଣଙ୍କ ଭାବନା ସକାରାତ୍ମକ ରହିବ। ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସହ ଯୋଜନା ପ୍ରସ୍ତୁତ କରିବେ। ରାଜନେତାଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ର ନୂଆ ଦକ୍ଷତା ହାସଲ କରିବେ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କାରବାରରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ଅଧୁରା କାମ ପୂରା ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହିତ ସମୟ କାଟିବେ। ସନ୍ତାନ ଆପଣଙ୍କୁ କୌଣସି ଶୁଭ ଖବର ମିଳ​ିବ।

ବିଛା: ଆପଣଙ୍କ ଲାଗି ଦିନଟି ଲାଭଦାୟକ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ପାଇବେ। ବନ୍ଧୁ ଠାରୁ ଫୋନରେ ଭଲ ଖବର ଶୁଣିବେ।

ଧନୁ: ନିର୍ଦ୍ଧାରିତ ସମୟରେ ଘର କାମ ପୂରା ହୋଇଯିବ। ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ। କଂପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ। କାରବାରରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ‌

ମକର: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ବନ୍ଧୁ ମାଧ୍ୟମରେ ଅସଂପୂର୍ଣ୍ଣ କାମ ପୂରା ହେବ। ସହକର୍ମୀ ଆପଣଙ୍କର ଘନିଷ୍ଠ ହେବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

କୁମ୍ଭ: କାମ ପୂରା କରିବାକୁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ମନ ପସନ୍ଦର ଉଦ୍ୟୋଗରୁ ଚାକିରି ପାଇଁ ଡାକରା ଆସିବ। ପ୍ରେମିକ ପ୍ରେମିକାଙ୍କ ଭଲ ଦିନଟିଏ।

ମୀନ: କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ। ପଦୋନ୍ନତିର ଯୋଗ ଅଛି। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ମହିଳାମାନେ ନିଜ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ।

ସମ୍ବନ୍ଧିତ ଖବର