ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଧର୍ମାନୁଷ୍ଠାନ ବା ସମାରୋହକୁ ଯାଇପାରନ୍ତି। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟୀଙ୍କୁ ମହିଳା ବନ୍ଧୁ ଠାରୁ ବଡ଼ ଅର୍ଡର ମିଳିପାରେ।

ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ଖଟଣିର ଆର୍ଥିକ ଲାଭ ମିଳିବ। ସୃଜନଶୀଳ ମହିଳାମାନଙ୍କ ଲାଗି ଲାଭର ଯୋଗ ଅଛି। ଘରର ପରିବେଶ ଠିକ୍ ରହିବ।

ମିଥୁନ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ମନ ଚାହୁଁଥିବା ଲାଭ ମିଳିବ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

କର୍କଟ: ଯେଉଁ କାମ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରିବେ। ଆପଣଙ୍କୁ ଦେଖି ପିଲାମାନଙ୍କ ନୈତିକତା ବିକଶିତ ହେବ। ଗଣାମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ସିଂହ: ବନ୍ଧୁମାନଙ୍କ ସହିତ ସମୟ ବିତିବ। ନିଷ୍ପତ୍ତି ନେବାରେ ସମସ୍ୟା ଉତ୍ପନ୍ନ ହେବ। ବଡ଼ଙ୍କର ପରାମର୍ଶ ନିଅନ୍ତୁ, ଉଚିତ ମାର୍ଗ ଦର୍ଶନ ମିଳିବ। ରାଜନେତାଙ୍କୁ ଭଲ ପରିଣାମ ମିଳିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଝମେଲା ଠାରୁ ଦୂରରେ ରହନ୍ତୁ। ଆତ୍ମନିଯୁକ୍ତ ବ୍ୟକ୍ତି ନୂଆ ଯୋଜନା ଆରମ୍ଭ କରିପାରନ୍ତି। କୌଣସି ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

ତୁଳା: ଆପଣ ନିଜ ପରିଶ୍ରମ ଓ ନିଷ୍କପଟତାର ଶ୍ରେଷ୍ଠ ପରିଣାମ ପାଇବେ। ପଦୋନ୍ନତି ସୂଚୀରେ ଆପଣଙ୍କ ନାମ ସାମିଲ ହେବ। ବିତ୍ତୀୟ ମାମଲାରେ ଆପଣଙ୍କୁ ଲାଭ ହେବ।

ବିଛା: ଦାମ୍ପତ୍ୟ ଜୀବନ ସୁଖରେ ପରିପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ।

ଧନୁ: ଆର୍ଥିକ ମାମଲାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ମନୋରଂଜନକାରୀଙ୍କୁ ବାଂଛିତ ଲାଭ ମିଳିପାରେ। ବ୍ୟବସାୟ ସଂପର୍କିତ ଅଶାନ୍ତି ଦୂର ହେବ।

ମକର: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ। ନିଜର କଥା ଓ ବ୍ୟବହାରରେ ମଧୁରତା ଆଣନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ପାରିବାରିକ କାମ ପାଇଁ ଦୂର ସ୍ଥାନକୁ ପ୍ରସ୍ଥାନ କରିପାରନ୍ତି। ବୈବାହିକ ଜୀବନରେ ତାଳମେଳ ବଜାୟ ରହିବ। ସ୍ବଭାବ ଓ ଜୀବନଶୈଳୀ ପରିବର୍ତ୍ତନ କରିବା ଭଲ।

ମୀନ: ବ୍ୟବସାୟୀଙ୍କୁ ମନ ଚାହୁଁଥିବା ପରିଣାମ ମିଳିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କୁ ସହକର୍ମୀଙ୍କ ସହଯୋଗ ମିଳିପାରେ।

ସମ୍ବନ୍ଧିତ ଖବର