ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ନିଜର ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଚାକିରିଆଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ।

ବୃଷ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। କାର୍ଯ୍ୟଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଭଲ ପ୍ରଦର୍ଶନ କରିବେ।‌

ମିଥୁନ: ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା ଅଛି। ଚାକିରିଆଙ୍କ ଲାଗି ଦିନଟି ଭଲ। ଆଗକୁ ବଢ଼ିବାର ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଅତୀତର ସ୍ମୃତି ତାଜା ହେବ। ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ। ଘରେ କୌଣସି ମରାମତି କାର୍ଯ୍ୟ କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।

ସିଂହ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ। ଚାକିରି ବଦଳାଇବା ଲାଗି ଭାବି ପାରନ୍ତି। ବେପାରରେ ଆକସ୍ମିକ ଧନଲାଭର ଯୋଗ ଅଛି। କଳାକାରଙ୍କ ଲାଗି ଦିନଟି ଭଲ।

କନ୍ୟା: କାନ୍ଧକୁ କୌଣସି ନୂଆ ଦାୟିତ୍ବ ଆସିପାରେ। ସାମାଜିକ ପରିସର ବଢ଼ିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ କାଟିବେ।

ତୁଳା: ଭାବନାରେ ବୁଡ଼ି ରହିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ।

ବିଛା: ସାମାଜିକ ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। ଟ୍ରାଭେଲ ଏଜେନ୍‌ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ଧନୁ: ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। କିଛି ବିଶେଷ ଜାଗାରେ ଆପଣ ପ୍ରଶଂସିତ ହେବେ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।

ମକର: ମନ ଭିତରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

କୁମ୍ଭ: ଛୋଟ ସୁଯୋଗ ଆପଣଙ୍କୁ ଧନୀ ବନାଇପାରେ। ଉନ୍ନତିର କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

ମୀନ: ଆପଣଙ୍କ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର