publive-image

Advertisment

ମେଷ: ଆପଣଙ୍କର ଅନ୍ତରଙ୍ଗ ବନ୍ଧୁ ଭେଟିବାକୁ ଆସିପାରନ୍ତି। ଆଲୋଚନା ଦ୍ବାରା ଆପଣଙ୍କ ମନର ବୋଝ କମ୍ ହେବ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ।

publive-image

ବୃଷ: ଲୋକେ ଆପଣଙ୍କ କଥା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେବେ। ଆର୍ଥିକ ସମସ୍ୟାର ସମାଧାନ ବାହାରିବ। ଜୀବନାସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

publive-image

ମିଥୁନ: ପରିବାର ଲୋକଙ୍କ ସହ ମିଳିମିଶା ବଢ଼ିବ। ଆପଣଙ୍କ ଉନ୍ନତିର ନୂଆ ମାର୍ଗ ଖୋଲିବ। କିଛି ଲୋକ କାମରେ ସାହାଯ୍ୟ କରିବେ। ସ୍ବାସ୍ଥ୍ୟକୁ ନେଇ ଟିକେ ସାବଧାନ ରହିବା ଦରକାର।

publive-image

କର୍କଟ: ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହୋଇପାରେ। ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ କାମର ସୁଯୋଗ ମିଳିବ। ଅଫିସ କାମ ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି।

publive-image

ସିଂହ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ନୂଆ କାର୍‌ କିଣିବା ଲାଗି ଭଲ ଦିନଟିଏ। ଶତ୍ରୁ ଆପଣଙ୍କ ଆଗରେ ନତମସ୍ତକ ରହିବେ। ଉନ୍ନତି ପାଇଁ ନୂଆ ଅବସର ମିଳିବ।

publive-image

କନ୍ୟ‌ା: ଜରୁରୀ ଜିନିଷ କିଣିବାରେ ଖର୍ଚ୍ଚ ବଢ଼ିପାରେ। କୌଣସି ସଂସ୍ଥା ଦ୍ବାରା ସମ୍ମାନିତ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ର ନୂଆ ପାଠ ଆରମ୍ଭ କରିବେ।

publive-image

ତୁଳା: ଅଫିସରେ ଆପଣଙ୍କୁ ମନପସନ୍ଦର କାମ ମିଳିପାରେ। ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ। ଆପଣଙ୍କ ଠାରୁ ବିଶେଷ ପରାମର୍ଶ ଲୋଡ଼ାଯାଇପାରେ।

publive-image

ବିଛା: ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ନିଜ କାମରେ ସନ୍ତୁଷ୍ଟ ରହିବେ। ଜୀବନସାଥୀଙ୍କ ସହ ଭଲ ରେସ୍ତୋରାଁରେ ରାତ୍ରିଭୋଜନ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ଧନୁ: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଅଫିସରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ଘରୋଇ କାମରେ ଜୀବନସାଥୀଙ୍କ ସାହାଯ୍ୟ ନେବେ।

publive-image

ମକର: ଜୀବନସାଥୀ ଆପଣଙ୍କୁ ଖୁସି ଖବର ଶୁଣାଇବେ। ଇଂଜିନିୟରଙ୍କୁ ଯଥେଷ୍ଟ ଲାଭ ହେବ। ସମ୍ବନ୍ଧ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରହିବ।

publive-image

କୁମ୍ଭ: କାମ ଗତିଶୀଳ ହେବ। ଲୋକ ଆପଣଙ୍କ ଯୋଜନା ଦ୍ବାରା ପ୍ରଭାବିତ ହେବେ। ଅବିବାହିତଙ୍କ ବିବାହ ପ୍ରସଙ୍ଗ ନେଇ ଘରେ ଆଲୋଚନା ହୋଇପାରେ।

publive-imageମୀନ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। କୌଣସି ମାମଲାରେ ଟିକେ ଭାବପ୍ରବଣ ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।