ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ‌

ବୃଷ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଲାଭର ସୁଯୋଗ ପାଇବେ। ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଘରକୁ କୁଣିଆ ଆସିବେ।

ମିଥୁନ: ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ। ସଙ୍ଗୀତଜ୍ଞଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।‌

କର୍କଟ: ଅନୁଭବୀ ଲୋକଙ୍କ ମନ୍ତବ୍ୟ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେ‌ବ। ପରିଶ୍ରମ ବଳରେ ଖ୍ୟାତି ଅର୍ଜନ କରିବେ। ପ୍ରେମିକା ସହ ବସି ମନର କଥା କହିବେ।

ସିଂହ: ମସ୍ତିଷ୍କରେ କ୍ୟାରିୟରକୁ ନେଇ ଅସ୍ଥିରତା ଲାଗି ରହିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣ ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରି‌ବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ‌

ତୁଳା: ଚେଷ୍ଟା ଜାରି ରଖନ୍ତୁ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ଦିଅନ୍ତୁ।

ବିଛା: ଆପଣ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରିବେ। କୌଶଳ ବଦଳାଇଲେ କାମ ସହଜରେ ସଂପୂର୍ଣ୍ଣ ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ।

ଧନୁ: ନିଜର କ୍ୟାରିୟର ସମ୍ବନ୍ଧରେ ମାନସ ମନ୍ଥନ କରିବେ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଛାତ୍ର ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ମକର: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଅଧିକ ପରିଶ୍ରମ କଲେ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଶୁଭ ଖବର ଶୁଣିବେ।

କୁମ୍ଭ: ଆପଣ ନିଜ କଥା ଘର ଲୋକଙ୍କୁ ବୁଝାଇବାରେ ସଫଳ ହେବେ। ଉନ୍ନତି ପାଇଁ ନୂଆ ପଥ ଉନ୍ମୁକ୍ତ ହେବ। ପର୍ଯ୍ୟଟନ ବ୍ୟବସାୟରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମୀନ: ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ବେପାର ବଢ଼ାଇବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର