ମେଷ: ଆପଣଙ୍କ ମନର ବିଶେଷ ଆଶାକୁ ଜୀବନସାଥୀ ପୂରା କରିବେ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ମିଶନ୍ତୁ, ଜୀବନରେ ପରିବର୍ତ୍ତନ ଆସିବ।
ବୃଷ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ନୂଆ ବନ୍ଧୁ ସୃଷ୍ଟି ହୋଇପାରନ୍ତି। ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ନୂଆ କାମରେ ଭାଗ୍ୟର ସଂପୂର୍ଣ୍ଣ ରୂପେ ସହାୟତା ପାଇବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
କର୍କଟ: କୌଣସି ନା କୌଣସି ସମସ୍ୟାର ସାମନା କରିବେ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। କାରବାରରେ ଅଚାନକ ଧନଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।
ସିଂହ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ଘରୋଇ ସମସ୍ୟାର ସମାଧାନ ବାହାରିବ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ।
କନ୍ୟା: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। କାମରେ ଏକାଗ୍ରତା ବଜାୟ ରହିବ। ଡାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ପ୍ରେମୀଯୁଗଳ ଏକାଠି ସମୟ ଅତିବାହିତ କରିବେ।
ତୁଳା: ପୁଞ୍ଜି ବଜାରରେ ନିବେଶ ଲାଗି ଦିନଟି ଭଲ। କୌଣସି ଜରୁରୀ ବିଷୟରେ ପରିବାର ଲୋକଙ୍କ ସହିତ କଥା ହେବେ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ।
ବିଛା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ।
ଧନୁ: ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।
ମକର: ସବୁ ସମସ୍ୟାର ସମାଧାନ ହେବ। ଜୀବନର ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଛାତ୍ରଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ।
କୁମ୍ଭ: ଘନିଷ୍ଠ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବା ଯୋଗ ରହିଛି।
ମୀନ: କାମର ବୋଝ ବଢ଼ିପାରେ। କିଛି ଲୋକ ସାହାଯ୍ୟ କରିବାକୁ ମନା କରିପାରନ୍ତି। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।