publive-imageମେଷ: ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ମୃଦୁ ପାନୀୟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶତ୍ରୁ ଦବି ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି।‌

Advertisment

publive-imageବୃଷ: ଆତ୍ମବିଶ୍ବାସ ଘେନି ଆଗକୁ ବଢ଼ିବେ। ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ବୈଜ୍ଞାନିକ ଗବେଷକଙ୍କର ଉନ୍ନତି ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

publive-imageମିଥୁନ: କଠିନ ପରିସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ବଡ଼ ଭାଇର ସହଯୋଗ ପାଇବେ। ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ।

publive-imageକର୍କଟ: ସବୁ କଷ୍ଟ ଦୂର ହେବ। ଘରୋଇ ଉଦ୍ୟୋଗରେ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ଘରକୁ ବନ୍ଧୁ ଆସିବେ।‌

publive-imageସିଂହ: ଦିନଟି ଉତ୍ସାହ ଭରା ରହିବ। ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଅଫିସରେ ନୂଆ କାମ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ପ୍ରଶଂସା ପାଇବେ।

publive-imageକନ୍ୟା: ଜୀବନରେ ଖୁସିର ଆଗମନ ହେବ। କିଣାବିକା ଲାଗି ସମୟ ଭଲ। ବିଶେଷ କାମରେ ଅନ୍ୟମାନଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଠିକ୍ ରହିବ।

publive-imageତୁଳା: ଶିକ୍ଷକଙ୍କ ଲାଗି ଦିନଟି ଭଲ। ବେପାରରେ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଘରର ପରିବେଶ ଶାନ୍ତ ରହିବ। ବିବାହିତଙ୍କ ଲାଗି ସୁଖର ସମୟ।

publive-imageବିଛା: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ରହିବ। ଅଚାନକ ଖୁସି ଖବର ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଚାକିରିରେ ଉନ୍ନତିର ଯୋଗ ଅଛି। ସଂପତ୍ତି ବଢ଼ିପାରେ।

publive-imageଧନୁ: ବିଶେଷ କାମରେ ସହଯୋଗୀଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

publive-imageମକର: ସବୁ ଚିନ୍ତା ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କୁ ଉପହାର ଦେବେ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।

publive-image

କୁମ୍ଭ: ପାରିବାରିକ ସମସ୍ୟା ସମାପ୍ତ ହେବ। ବ୍ୟବସାୟରେ ବିସ୍ତାର କରି ପାରନ୍ତି। ଜୀବନସାଥୀଙ୍କୁ ଗୁରୁତ୍ବପୂର୍ଣ୍ଣ କଥା କହିବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ।

publive-imageମୀନ: ଘରୋଇ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ନବବିବାହିତ ଦମ୍ପତିଙ୍କ ଲାଗି ଦିନଟି ଭଲ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ଭଲ ଖବର ପାଇବେ।