ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣ ସକାରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ ନିଶ୍ଚୟ ସଫଳତା ପାଇବେ। ଧନଲାଭର ନୂଆ ମାର୍ଗ ପାଇବେ। ଦାମ୍ପତ୍ୟ ଜୀବନରେ ବିଶ୍ବାସ ବଜାୟ ରଖିଲେ ମଧୁରତା ବଢ଼ିବ।

 

ବୃଷ: ଜରୁରୀ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ। ଜମି ଦଲାଲଙ୍କୁ ବକେୟା ଅର୍ଥ ମିଳିବ। ଶିକ୍ଷାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ।

ମିଥୁନ: ସଫଳତା ହାସଲର କିଛି ନୂଆ ସୁଯୋଗ ହାତରେ ଲାଗିବ। ବିରୋଧୀମାନେ ଦୂରତ୍ବ ବଜାୟ ରଖିବେ। ବୈଜ୍ଞାନିକ ବଡ଼ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କର୍କଟ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ସିଂହ: ବିବାହିତ ବ୍ୟକ୍ତି ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। କଂପ୍ୟୁଟର ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

କନ୍ୟା: ଶକ୍ତିରେ ପୂର୍ଣ୍ଣ ରହିବେ, ଯାହା ଦ୍ବାରା ସବୁ କିଛି ହାସଲ କରିପାରିବେ। ସଂଚାର କ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ଲାଭ ପାଇବେ। ସାଙ୍ଗ ମେଳରେ ଆପଣଙ୍କ ବ୍ୟକ୍ତିତ୍ବ ନିଆରା ରହିବ।

 

ତୁଳା: ଅଫିସ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ମଉକା ପାଇବେ। ସଙ୍ଗୀତଜ୍ଞଙ୍କ ଲାଗି ଦିନଟି ଭଲ।

ବିଛା: ଦିନଟି ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ରହିବ। ଯାହା ବି କାମ କରିବାକୁ ଭାବିଛନ୍ତି ତାହା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।

 

ଧନୁ: ଘର ଖର୍ଚ୍ଚ ବୃଦ୍ଧି ହେବାର ଆଶଙ୍କା ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ଲାଗି ଛୋଟ ଛୋଟ କଥାକୁ ଉପେକ୍ଷା କରନ୍ତୁ। ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

 

ମକର: ଘର ପାଇଁ କୌଣସି ଜିନିଷ କିଣିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ। ରାଜନୀତିରେ ଆର୍ଥିକ ଲାଭ ହେବ।

 

କୁମ୍ଭ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ସହକର୍ମୀଙ୍କ ଠାରୁ ଆପଣ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ମୀନ: କାରବାରରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ପାଇବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର