ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ହେବ। ଦୋକାନୀଙ୍କୁ ଆଶାରୁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

 

ବୃଷ: ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। ଅଫିସ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା କରିବେ। ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିବ। ପ୍ରିୟଜନଙ୍କୁ ଭଲ ଉପହାର ଦେବେ।

ମିଥୁନ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ପଇସା ନେବା-ଦେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଅଧିକ ଖର୍ଚ୍ଚ ହୋଇପାରେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ।

କନ୍ୟା: ପରିବାର ସହିତ ଅଧିକ ସମୟ କାଟିବେ। କୌଣସି ବନ୍ଧୁ ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବେ। ମାତାପିତାଙ୍କ ଠାରୁ କୌଣସି ବିଷୟରେ ମତ ନେବେ।

 

ତୁଳା: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ପାରିବାରିକ ବ୍ୟାପାରରେ ନିଷ୍ପତ୍ତି ନେବା ପାଇଁ ଭଲ ଦିନଟିଏ।

ବିଛା: ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କୌଣସି କଥା ଜୀବନସାଥୀଙ୍କୁ କହିବେ। ଆୟର ନୂଆ ସାଧନ ପାଇବେ।

 

ଧନୁ: ଦୀର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟ ଆଲୋଚନାକୁ ଯିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରିନିଅନ୍ତୁ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ।

 

ମକର: ଯୋଜନା ପ୍ରସ୍ତୁତ କରି ତାକୁ ଲାଗୁ କରିବେ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

 

କୁମ୍ଭ: ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ମୀନ: ନିଜର ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ। ଘରୋଇ କାମ ପୂରା କରିବାରେ ପଡ଼ୋଶୀର ସହଯୋଗ ପାଇବେ।

ସମ୍ବନ୍ଧିତ ଖବର