publive-image

Advertisment

ମେଷ: ଆହ୍ବାନକୁ ସହଜରେ ମୁକାବିଲା କରିପାରିବେ। ପୂର୍ବରୁ କରିଥିବା କୌଣସି ଭୁଲ୍ ପାଇଁ ପଶ୍ଚାତ୍ତାପ କରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

publive-image

ବୃଷ: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିବ। ପୁସ୍ତକ ବ୍ୟବସାୟୀଙ୍କୁ ଆଶାତୀତ ଲାଭ ହେବ। ଇଂଜିନିୟର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

publive-image

ମିଥୁନ: ଆପଣଙ୍କ ଲାଗି ଦିନଟି ବହୁତ ଭଲ। ଚାକିରି ବୃତ୍ତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ନୂଆ ବସ୍ତ୍ର କିଣିବାରେ ଅଧିକ ଖର୍ଚ୍ଚ କରିବେ।

publive-image

କର୍କଟ: ଅଧୁରା କାମ ବନ୍ଧୁ ସାହାଯ୍ୟରେ ସଂପୂର୍ଣ୍ଣ କରିବେ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

publive-image

ସିଂହ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ।

publive-image

କନ୍ୟା: ଲୋକଙ୍କ ଆଗରେ ଆପଣଙ୍କର ଭାବମୂର୍ତ୍ତି ଭଲ ରହିବ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିରହିବ।

publive-image

ତୁଳା: ବ୍ୟବସାୟ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତିରେ ସକ୍ରିୟ ବ୍ୟକ୍ତି ସଫଳତା ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ପ୍ରେମିକାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

publive-image

ବିଛା: ଚାକିରିଆଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ବହୁତ ଖୁସି ରହିବେ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ।

publive-image

ଧନୁ: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ। ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିପାରେ। ମନର ବ୍ୟଥା ପାଖ ଲୋକଙ୍କୁ କୁହନ୍ତୁ, ମନ ହାଲୁକା ହେବ। ରାଜନୀତିରେ ରୁଚି ବଢ଼ିବ।

publive-image

ମକର: ସହକର୍ମୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ବ୍ୟବସାୟରେ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇପାରେ। ଛାତ୍ରଙ୍କୁ ନୂଆ ପ୍ରକଳ୍ପ ମିଳିବ।

publive-image

କୁମ୍ଭ: ପରିବାରରେ କାହାରି ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।

publive-imageମୀନ: ନୂଆ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲ ପୁରୁଣା ମକଦ୍ଦମା ଜିଣିବେ। ଡାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।