ମେଷ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ପରିବାରରେ ଲାଗି ରହିଥିବା ମତଭେଦ ସମାପ୍ତ ହେବ। ବ୍ୟାବସାୟିକ ସଫଳତାରୁ ଆପଣଙ୍କୁ ଖୁସି ମିଳିବ। ସାଥୀଙ୍କ ଭାବନାକୁ ସମ୍ମାନ କରିବେ।
ବୃଷ: କାମ ପୂରା କରିବା ଲାଗି ଅଧିକ ସମୟ ଲାଗିବ। କ୍ରିକେଟ୍ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳିବ। ବେପାର ବୃଦ୍ଧି କରିବାକୁ ନୂଆ କୌଶଳ ଅବଲମ୍ବନ କରିବେ।
ମିଥୁନ: ଭୁଲ୍ ପରାମର୍ଶ ଦେଉଥିବା ଲୋକଙ୍କ ଠାରୁ ଦୂରରେ ରହନ୍ତୁ। ଅଫିସରେ ମନ ଲଗାଇ କାମ କରନ୍ତୁ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଅଚାନକ ଧନଲାଭ ହେବ।
କର୍କଟ: ପ୍ରସ୍ତୁତିର ସହ ନୂଆ କାମ ଆରମ୍ଭ କରିବେ। ସୋସିଆଲ୍ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପାରିବାରିକ ଜୀବନ ସୁଖକର ହେବ।
ସିଂହ: ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ବ୍ୟବସାୟ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
କନ୍ୟା: ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଯଥା କଥାରେ ତର୍କବିତର୍କ କରନ୍ତୁ ନାହିଁ। ଧୈର୍ଯ୍ୟ ଧରି କାମ କରନ୍ତୁ। କୋର୍ଟ କଚେରି ମାମଲାରେ ଆପଣଙ୍କର ଜୟ ହେବ।
ତୁଳା: ଫ୍ୟାସନ୍ ଡିଜାଇନର୍ ଗ୍ରାହକ ପାଖରୁ ଲାଭ ପାଇବେ। ଦାମ୍ପତ୍ୟ ତାଳମେଳ ବଢ଼ିବ। ବନ୍ଧୁ ସହିତ ଫୋନ୍ରେ ଦୀର୍ଘ ସମୟ କଥାବାର୍ତ୍ତା କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
ବିଛା: ଭବିଷ୍ୟତର ଯୋଜନା ଶୀଘ୍ର ସଂପୂର୍ଣ୍ଣ କରିଦେବେ। ଓକିଲଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ସମ୍ବନ୍ଧରେ ନୂତନତ୍ବ ଆସିବ। ଛାତ୍ରଛାତ୍ରୀ ବରିଷ୍ଠଙ୍କ ପାଖରୁ କିଛି ନୂଆ ଶିଖିବେ।
ଧନୁ: ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରୋଜଗାରର ନୂଆ ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବନ୍ଧୁ ସହିତ କୌଣସି ମନୋରଂଜନ କାର୍ଯ୍ୟରେ ଅଂଶଗ୍ରହଣ କରିବେ।
ମକର: ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ରାଜନୈତିକ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ଯୋଗ ଦେବା ଲାଗି ଭାବିବେ।
କୁମ୍ଭ: ବନ୍ଧୁଙ୍କୁ ଆପଣଙ୍କର କୌଣସି ଅସୁବିଧା ବିଷୟରେ କହିପାରନ୍ତି। ଅନ୍ୟମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାନ୍ତୁ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ।
ମୀନ: କାମ ପ୍ରସଙ୍ଗରେ ବନ୍ଧୁ ଘରକୁ ଆସିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ସରକାରୀ କର୍ମଚାରୀ ସମ୍ମାନିତ ହୋଇପାରନ୍ତି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।