publive-image

Advertisment

ମେଷ: ରାଜନୀତି ଓ ସମାଜକଲ୍ୟାଣ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ପକ୍ଷ ସ୍ବଚ୍ଛଳ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବନ୍ଧୁର ସମାରୋହରେ ଯୋଗ ଦେଇପାରନ୍ତି।

publive-image

ବୃଷ: ଲାଗି ରହିଥିବା ଅଶାନ୍ତି ଜୀବନସାଥୀ ସାହାଯ୍ୟରେ ଦୂର ହୋଇଯିବ। ଅଚାନକ କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ।

publive-image

ମିଥୁନ: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି।

publive-image

କର୍କଟ: ମାଆ ସହିତ କୌଣସି ବନ୍ଧୁ ଘରକୁ ଯିବେ। ବ୍ୟବସାୟରେ ଉଚ୍ଚାଧିକାରୀଙ୍କ ସହାୟତା ନେଇପାରନ୍ତି। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପିଲା ଭଲ ଖବର ଦେଇ ପାରନ୍ତି।

publive-image

ସିଂହ: ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଆପଣ ନିଜର ଯୋଗ୍ୟତା ଓ ପ୍ରତିଷ୍ଠା ପାଇଁ ପ୍ରସିଦ୍ଧ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ।

publive-image

କନ୍ୟା: ଯାହା ବି ଚାହିଁବେ ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

publive-image

ତୁଳା: ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ କରିବା ସହଜ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାରେ କଟିବ।

publive-image

ବିଛା: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ରାଜନେତା ସମାରୋହକୁ ଯିବାର ଅବସର ପାଇବେ।

publive-image

ଧନୁ: ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। ନୂଆ ବେପ‌ାର ଲାଗି ପଦକ୍ଷେପ ନେଲେ ଉନ୍ନତି ହେବ। ଅଫିସରେ ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଧୁର ହେବ।

publive-image

ମକର: ବାପା ମାଆଙ୍କ ଆଶୀର୍ବାଦରେ ଅଧୁରା କାମ ପୂରା ହେବ। ଦୂରରେ ରହୁଥିବା ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଚାକିରି ଆଶାୟୀ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।

publive-image

କୁମ୍ଭ: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବହୁ ଦନିର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରେ କିଛି ଶିଖିବେ। ବଡ଼ଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।

publive-image

ମୀନ: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ଦରକାରୀ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ।