ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତର ଯୋଜନା ପ୍ରସ୍ତୁତ ଲାଗି ଭଲ ଦିନଟିଏ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ବୃଷ: ଆପଣ ଆଜି ବହୁତ ସକ୍ରିୟ ରହିବେ। ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ଅଧୁରା କାର୍ଯ୍ୟ ପୂରା କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ମିଥୁନ: ମନରେ ନୂଆ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କୌଣସି ପରିବର୍ତ୍ତନ କରିପାରନ୍ତି। ବେପାରରେ ବକେୟା ପଇସା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌

କର୍କଟ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଖଳ ପ୍ରକୃତିର ଲୋକଙ୍କ ସହ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।

ସିଂହ: ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ପାଇଁ ଯୋଜନା କରିବେ। ବେପାର ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଅଯଥା କଥା ଠାରୁ ଦୂରରେ ରହନ୍ତୁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।

ତୁଳା: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପାରିବାରିକ ବିଷୟକୁ ନେଇ ଜୀବନସାଥୀ ସହ କଥା ହେବେ। ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଉଚିତ ସମୟକୁ ଅପେକ୍ଷା କରନ୍ତୁ।

ବିଛା: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ତାନର କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଧନୁ: ପରିବାରର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। ବେପାର ବଢ଼ାଇବା ପାଇଁ ନୂଆ କୌଶଳ ସମ୍ମୁଖକୁ ଆସିବ।

ମକର: ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ପ୍ରତିଟି କାମ ନିଷ୍ଠାର ସହ କରିବାକୁ ଚେଷ୍ଟା କରନ୍ତୁ। ବେକାରଙ୍କୁ ରୋଜଗାର ମିଳିପାରେ। ମହିଳାମାନେ ଘରେ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବେ।

କୁମ୍ଭ: ନୂଆ କାମ ଶିଖିବାରେ ମନ ଲାଗିବ। ବ୍ୟବସାୟ ବୃଦ୍ଧିର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଭ୍ରମଣ ସୁଖଦ ରହିବ।

ମୀନ: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ, ଚାକିରି ବୃତ୍ତିରେ ସଫଳତା ପାଇବେ। ନାରାଜ ଥିବା ସାଥୀଙ୍କୁ ମନାଇବା ପାଇଁ ଉପହାର ଦେବେ।

ସମ୍ବନ୍ଧିତ ଖବର