ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ମହତ୍ତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ସବମୁଖର ହେବ।

ବୃଷ: ପୂଜାପାଠରେ ସମୟ ବିତିବ। କାମରେ ସଫଳତା ମିଳିବ। ବେପାର ସମ୍ବନ୍ଧିତ ବିଷୟରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ମିଥୁନ: ବିବାଦ ଠାରୁ ଦୂରରେ ରୁହନ୍ତୁ। କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ।

କର୍କଟ: ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ସିଂହ: ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ ଭାଇ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।

କନ୍ୟା: ନିଜର କାର୍ଯ୍ୟର ମାନ ବୃଦ୍ଧି ଲାଗି ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାରରେ ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ଭାବିଥିବା କାମ ସଂପୂର୍ଣ୍ଣ ହେବ। ‌ବନ୍ଧୁବର୍ଗର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳ ରହିବ।

ବିଛା: ଅଫିସରେ ଅଧିକ କାମ କରିବା ଯୋଗୁଁ ଘରେ ବିଳମ୍ବରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କୁ ଉପାର୍ଜନର ସୁବର୍ଣ୍ଣ ସୁଯୋଗ ମିଳିବ।

ଧନୁ: ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ଅଛି। ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ।

ମକର: ଅଫିସ କାମ ଅନ୍ୟ ଦିନ ଅପେକ୍ଷା ଭଲଭାବେ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କର ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଅଫିସରେ ଆପଣ ମତ ଦେବାର ସୁଯୋଗ ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ମୀନ: କୌଣସି ନୂଆ କଥା ଆପଣ ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ପରିଜନଙ୍କ ସହ ଭଲ ସଂପର୍କ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ସମ୍ବନ୍ଧିତ ଖବର