ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଭଲ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ବୃଷ: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ନୂଆ କାମ ମିଲିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମିଥୁନ: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। କ୍ଷୁଦ୍ର ଉଦ୍ୟୋଗୀ ଯଥେଷ୍ଟ ଲାଭ ପାଇବେ। କିଛି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ମହିଳାଙ୍କ ଲାଗି ଦିନଟି ଅରାମଦାୟକ।

କର୍କଟ: ଦିନଟି ବ୍ୟସ୍ତତାରେ କଟିବ। ଆର୍ଥିକ ମାମଲାରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

ସିଂହ: ପୂର୍ବ ସମସ୍ୟାର ସମାଧାନ ବାହାରିବ। ନିଜର କାର୍ଯ୍ୟ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରିବେ। ନବବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

କନ୍ୟା: ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରି ପାରନ୍ତି।

ତୁଳା: ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ମନରେ ନୂଆ ଜିନିଷ ଜାଣିବା ଲାଗି ଉତ୍ସୁକତା ବଢ଼ିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ବିଛା: ଅନ୍ୟମାନଙ୍କ ସହଯୋଗ ପାଇବେ। ଯେଉଁ କାମ କରିବେ କମ୍ ସମୟରେ ପୂରା କରିଦେବେ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ଧନୁ: ଚାକିରି ବୃତ୍ତି ସମ୍ବନ୍ଧରେ କୌଣସି ଭଲ ଖବର ପାଇ‌ବେ। ପୁରୁଣା ମକଦ୍ଦମା ଆପଣଙ୍କ ସପକ୍ଷରେ ଆସିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।

ମକର: ନିଜର ପ୍ରତିଭା ବିକାଶ ଲାଗି ଅବସର ପାଇବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶିକ୍ଷଣୀୟ।

କୁମ୍ଭ: ବ୍ୟବସାୟୀଙ୍କୁ ଧନଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଯେଉଁମାନେ ଜମି କିଣିବା ଲାଗି ଭାବୁଛନ୍ତି ତାଙ୍କୁ ଲାଭଦାୟକ ଡିଲ୍ ମିଳିବ।

ମୀନ: କୌଣସି କଥାକୁ ନେଇ ମନ ଉତ୍ସାହିତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ପୁସ୍ତକ ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର