ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭ୍ରମଣର ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ବଡ଼ମାନଙ୍କ ସହିତ ବସି ନୂଆ ଘର କିଣିବାର ନିଷ୍ପତ୍ତି ନିଅନ୍ତୁ।

ବୃଷ: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ବାହରକୁ ବୁଲି ଯାଇପାରନ୍ତି। ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଯୋଗୁଁ କାର୍ଯ୍ୟରେ ଯଥେଷ୍ଟ ସଫଳତା ପାଇବେ।

ମିଥୁନ: ‌ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଅଫିସ କାମରେ ଆପଣଙ୍କ ମନ ଲାଗିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କର୍କଟ: ନିର୍ମାଣ କ୍ଷେତ୍ରରେ ବଡ଼ ଯୋଜନା ସଫଳ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ବଡ଼ଙ୍କ ପ୍ରେମ ଓ ଆଶୀର୍ବାଦ ଆପଣ ପାଇବେ।

ସିଂହ: ମାଆ ପିଲାଙ୍କୁ କିଛି ନୂଆ ଶିଖାଇବେ। ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ। ବ୍ୟାବସାୟିକ ଆଲୋଚନାରେ ଭାଗ ନେବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।

କନ୍ୟା: ସମାଜରେ ନିଜ କାମକୁ ନେଇ ସମ୍ମାନିତ ହେବେ। ଜଳସେଚନ ଅଧିକାରୀ ନିଜର କାମ ସଂପୂର୍ଣ୍ଣ କରିବେ। ଓକିଲଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କୁ ମନର କଥା କହିବେ।

ତୁଳା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ। ପ୍ରେମିକାଙ୍କୁ ଦାମିକା ବସ୍ତୁ ଉପହାର ଦେବେ।

ବିଛା: ଘରେ ଶୁଭ କାର୍ଯ୍ୟ କରିବା ପାଇଁ ବିଚାର କରିବେ। ପରିବାର ଲୋକଙ୍କ ସହିତ ଧାର୍ମିକ ଯାତ୍ରାରେ ଯିବେ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ।

ଧନୁ: ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ବେପାର କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ହେବ। ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ମକର: ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। କଠିନ ପରିସ୍ଥିତିରେ କେହି ନା କେହି ଆପଣଙ୍କୁ ସାହାଯ୍ୟ କରିବେ। ମନ୍ଦିରକୁ ଦାନ କରନ୍ତୁ, ସମାଜରେ ପ୍ରସିଦ୍ଧି ବଢ଼ିବ।

କୁମ୍ଭ: ନିଜକୁ ସୁସ୍ଥ ଅନୁଭବ କରିବେ। ଇଂଜିନିୟର୍‌ ଲକ୍ଷ୍ୟ ପୂରା କରିବେ। ସମାଜସେବା କରିବାର ଅବସର ମିଳିବ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ନୂଆ କାର୍ଯ୍ୟ ଆରମ୍ଭ ହେବ।

ମୀନ: ଘରକୁ ପ୍ରିୟ ବନ୍ଧୁର ଆଗମନ ହେବ। କୌଣସି ପୈତୃକ ସଂପତ୍ତି ଆପଣଙ୍କୁ ମିଳିବ। ମହିଳାମାନେ ଧାର୍ମିକ ସତସଙ୍ଗକୁ ଯିବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ସମ୍ବନ୍ଧିତ ଖବର