ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଲାଭ ନେଇ ଆସିବ। ଅଫିସରେ କନିଷ୍ଠଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ପରିବାରରେ ଖୁସିର ଆଗମନ ହେବ।

ବୃଷ: ପୂଜାପାଠରେ ସମୟ ବିତିବ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ମିଥୁନ: ଘରୋଇ ଜିନିଷ କିଣିବା ଲାଗି ଯୋଜନା କରିବେ। ଜମି ବ୍ୟବସାୟୀ ବଡ଼ ଚୁକ୍ତି କରିବାରେ ସଫଳ ହେବେ। ଜୀବନସାଥୀ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ।

କର୍କଟ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ନୂଆ ଯୋଜନା ତିଆରି କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଇଂଜିନିୟର ଛାତ୍ର ବଡ଼ ଉଦ୍ୟୋଗରେ ଚାକିରି ପାଇବେ।

ସିଂହ: ଆପଣ ଯେଉଁ କାମ କରିବେ ତାହା ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଅଚାନକ ଧନଲାଭ ହୋଇପାରେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ବଡ଼ ଉଦ୍ୟୋଗରେ କାମ କରିବା ପାଇଁ ପ୍ରସ୍ତାବ ଆସିବ। କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ବିଛା: ଆପଣଙ୍କ ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନର ଉନ୍ନତି ସୁନିଶ୍ଚିତ ହେବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଦିଗୁଣା ଲାଭ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

ଧନୁ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ।

ମକର: ନିତିଦିନିଆ କାମରେ ସଫଳତା ପାଇବେ। ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ। ଜମିରେ ନିବେଶ କରିବା ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ନୂଆ ଲୋକଙ୍କୁ ବନ୍ଧୁ କରିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଆର୍ଥିକ ସ୍ଥିତି ପାଇଁ କାମ ସ୍ଥଗିତ ହୋଇପାରେ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ।

ମୀନ: ବାପା ମାଆଙ୍କ ଆର୍ଶୀବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟରେ ବିଶେଷ ସଫଳତା ହାସଲ କରିବେ।

ସମ୍ବନ୍ଧିତ ଖବର