ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ବିଶେଷ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପିଲାମାନଙ୍କ ମନରେ ନୂଆ ନୂଆ ରୁଚି ଦେଖିବାକୁ ମିଳିବ। ଯାନବାହନ କିଣିବା ଲାଗି ମନ ହେବ।

ବୃଷ: ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କାର୍ ଚଳାଇବା ଶିଖି ପାରନ୍ତି। ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

ମିଥୁନ: ଭ୍ରମଣ ସୁଖଦ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବାର ମାର୍ଗ ପାଇବେ। ଜମି ଦଲାଲଙ୍କୁ ଧନଲାଭ ହେବ।

କର୍କଟ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଲାଭ ହେବ। ଭଲ ଲୋକଙ୍କ ସଂସ୍ପର୍ଶରେ ଆସିବେ। ସନ୍ତାନ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ। ବିଜ୍ଞାନ ଛାତ୍ରଙ୍କୁ ସଫଳତା ମିଳିବ।

ସିଂହ: ବ୍ୟବସାୟରେ ବଡ଼ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ। ପ୍ରେମିକାଙ୍କ ପାଖରୁ ଉପହାର ପାଇବେ। ବେକାରଙ୍କୁ ଚାକିରିର ସୁଯୋଗ ମିଳିବ।

କନ୍ୟା: ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁ ସହ ବାହାରକୁ ବୁଲି ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ତୁଳା: ବଡ଼ ଉଦ୍ୟୋଗରେ ନିଯୁକ୍ତିର ଖବର ଆସିପାରେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଶିକ୍ଷାର୍ଥୀଙ୍କ ଲାଗି ଭଲ ଦିନଟିଏ।

ବିଛା: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ପଡ଼ୋଶୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ।

ଧନୁ: ଜୀବନରେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।

ମକର: ବନ୍ଧୁ ଜରିଆରେ ଆପଣଙ୍କୁ ଭଲ କାମ ମିଳିପାରେ। ଜୀବନସାଥୀଙ୍କ ସହ ବୁଲି ଯିବାର ଯୋଜନା କରିପାରନ୍ତି। ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ଠିକ୍ ସମୟରେ କାମ ଆରମ୍ଭ କଲେ ସଫଳତା ମିଳିବ। ବଡ଼ଙ୍କ ସହ କଥା ହେବାବେଳେ ସଂଯମ ରକ୍ଷା କରନ୍ତୁ। ଘର ପାଇଁ ବିଳାସ ଉପକରଣ କିଣି ପାରନ୍ତି।

ମୀନ: କିଛି କାମ ଅଧୁରା ରହିପାରେ। ଅଫିସରେ ସହକର୍ମୀଙ୍କ ସହ ବଚସା ହୋଇପାରେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଙ୍କୁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିବ।

ସମ୍ବନ୍ଧିତ ଖବର