publive-imageମେଷ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

Advertisment

publive-imageବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କର ପ୍ରସିଦ୍ଧି ବଢ଼ିବ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପରିବାରରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ।

publive-imageମିଥୁନ: ଜୀବନକୁ ଭଲ ଢଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ଦାମ୍ପତ୍ୟ ଜୀବନ ସୁଖକର ହେବ।

publive-imageକର୍କଟ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ। ମନ ଚାହୁଁଥିବା କାମରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

publive-imageସିଂହ: ଆପଣଙ୍କର ଧ୍ୟାନ ଧର୍ମ କାର୍ଯ୍ୟରେ ଲଗାନ୍ତୁ। କାମରେ ସକାରାତ୍ମକ ଫଳ ପାଇବେ। ‌ପାରିବାରିକ ସୁଖ ବୃଦ୍ଧି ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

publive-imageକନ୍ୟା: ନୂଆ କାମ କରିବାର ଯୋଜନା ନେଇ ବିଚାର ବିମର୍ଶ କରିବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageତୁଳା: ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

publive-imageବିଛା: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ। ଆର୍ଥିକ ପ୍ରସଙ୍ଗରେ ଆପଣଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

publive-imageଧନୁ: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଓକିଲ କୌଣସି ପୁରୁଣା ମକଦ୍ଦମା ଉପରେ ମନ ନିବେଶ କରିବେ। ନୂଆ ଲୋକଙ୍କ ସଂପର୍କରୁ ଲାଭ ପାଇବେ। ପ୍ରେମ ଜୀବନ ମଧୁର ହେବ।

publive-imageମକର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବିଦେଶ ଯିବାର ଆଶା ପୂରଣ ହୋଇପାରେ।

publive-image

କୁମ୍ଭ: ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରିବେ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖକର ହେବ।

publive-imageମୀନ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କିଛି ନୂଆ କଥା ଜାଣିବେ। ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।