ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବୈବାହିକ ଜୀବନରେ ଖୁସି ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟସ୍ଥଳର ନିକଟତର ହେବେ।

ମିଥୁନ: ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁଙ୍କୁ ମନର ବ୍ୟଥା କହି ଶାନ୍ତି ମିଳିବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧରେ ଉନ୍ନତି ହେବ।

କର୍କଟ: ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ। ଚାକିରି ପାଇଁ ନୂଆ ଅବସର ପାଇବେ। ଛୋଟଛୋଟ କଥାରେ ଖୁସି ତଲାସ କରିବେ। ଜୀବନସାଥୀଙ୍କ ସହିତ ଦେଖା ହେବ।

ସିଂହ: ଦିନଟି ଆପଣଙ୍କ ଲାଗି ଭଲ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ବାଟ ଫିଟିବ। ପାରିବାରିକ ସମସ୍ୟା ସମାଧାନ ହେବ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

କନ୍ୟା: ଧୈର୍ଯ୍ୟ ଧରି ସମୟ ସହିତ ତାଳ ଦେଇ ଚାଲନ୍ତୁ। ପ୍ରତିଟି କାମର ଭଲ ପରିଣାମ ପାଇବେ। ଅଚାନକ ଧନଲାଭ ହେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ତୁଳା: ମନ ଚାହୁଁଥିବା କାମରେ ସଫଳତା ମିଳିପାରେ। ଅଫିସରେ ଅଧିକାରୀ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି। ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ବିଛା: ଧର୍ମକାର୍ଯ୍ୟରେ ମନ ଲାଗିବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ପ୍ରେମୀଯୁଗଳ ମନର କଥା ବାଣ୍ଟିବେ।

ଧନୁ: ଆପଣଙ୍କ ଜୀବନଜୀବିକା ପାଇଁ ଭଲ ଦିନଟିଏ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ। ବନ୍ଧୁ ସହ ଫୋନରେ ଭଲ କଥା ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ କରିଆସୁଥିବା ଉଦ୍ୟମରେ ସଫଳ ହେବେ। ସାମାଜିକ ଗଣମାଧ୍ୟମରେ ନୂଆ ବ୍ୟକ୍ତିଙ୍କ ସହିତ କଥା ହେବେ। ଉପାର୍ଜନ ଲାଗି ମନରେ ନୂଆ ନୂଆ ବିଚାର ଆସିବ।

କୁମ୍ଭ: ଆପଣଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମୀନ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରିବା ପାଇଁ ଠିକ୍ ସମୟ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖର ମାତ୍ରା ବଢ଼ିବ।

ସମ୍ବନ୍ଧିତ ଖବର