ମେଷ: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ। ସୁସ୍ଥ ରହିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
ବୃଷ: ଅଧୁରା ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କୌଣସି ଉଦ୍ୟୋଗରେ ଚାକିରିର ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ ହେବ।
ମିଥୁନ: ଚାକିରି ଅନ୍ବେଷଣ ଶେଷ ହେବ। ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। ଜୀବନସାଥୀ ପ୍ରସନ୍ନ ହେବାର ମାଧ୍ୟମ ଦେବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ଆବେଦନ କରିବେ।
କର୍କଟ: ପରିବାର ଲୋକଙ୍କ ସହ ବସି କଥା ହେବେ। ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ବଡ଼ ସଫଳତା ମିଳିବାର ଯୋଗ ଅଛି। ଯାନ କିଣିବା ଲାଗି ମନ ବଳିବ।
ସିଂହ: ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ। ଜମି ବାଡ଼ିରେ ଅର୍ଥ ଲଗାନ୍ତୁ। ଚାକିରିଜୀବୀ ଆଗକୁ ବଢ଼ିବାର ମଉକା ପାଇବେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ଆପଣଙ୍କ ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣଙ୍କର ସଂପୂର୍ଣ୍ଣ ଧ୍ୟାନ କାମ ପୂରା କରିବାରେ ରହିବ। କଣ୍ଠଶିଳ୍ପୀଙ୍କର ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିବ।
ତୁଳା: ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବେ। ମହିଳାମାନେ ଅନ୍ଲାଇନ୍ରେ ଜିନିଷ କିଣି ପାରନ୍ତି। ଛାତ୍ରଛାତ୍ରୀ କମ୍ପ୍ୟୁଟର ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।
ବିଛା: ଅଧିକ ଲୋକଙ୍କ ସହିତ ଯୋଡ଼ି ରହିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ କୌଣସି କାମରେ ସହାୟତା ପାଇବେ।
ଧନୁ: ବ୍ୟବସାୟରେ ବଡ଼ ଚୁକ୍ତି ଚୂଡ଼ାନ୍ତ ହେବ। ଜୀବନସାଥୀ କୌଣସି କାମରେ ପରାମର୍ଶ ନେବେ। ବନ୍ଧୁମାନଙ୍କ ସହିତ ଜିନିଷ କିଣିବାକୁ ଯିବେ। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ।
ମକର: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟରେ ଆପଣଙ୍କୁ ଭାଗ୍ୟର ସହାୟତା ମିଳିବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ମନ ସ୍ଥିର କରିବେ।
କୁମ୍ଭ: ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ନିଜ ପାଇଁ ବସ୍ତ୍ର କିଣିବେ। ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ।
ମୀନ: ବେପାରରେ ପୂର୍ବ ଅପେକ୍ଷା ଅଧିକ ଲାଭ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରତିଯୋଗୀ ପରୀକ୍ଷାରେ ପରିଣାମ ଆପଣଙ୍କ ସପକ୍ଷରେ ଆସିବ।