ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ। ନୂଆ ଉଦ୍ୟୋଗ ଆରମ୍ଭ କଥା ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ବୃଷ: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ମିଥୁନ: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ଭବିଷ୍ୟତ ଲାଗି କୌଣସି ବିଶେଷ ନିଷ୍ପତ୍ତି ନେବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହୋଇଯିବେ।

କର୍କଟ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। କୌଣସି ସାମାଜିକ ସମାରୋହରେ ଅଂଶଗ୍ରହଣ କରିବେ। ପ୍ରେମ ଜୀବନ ମଧୁର ରହିବ।

ସିଂହ: ଜୀବନରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ନୂଆ ଯାନ କିଣିବା ଲାଗି ବିଚାର କରିବେ। କୌଣସି ଧର୍ମାନୁଷ୍ଠାନରେ ସାମିଲ ହେବେ।

କନ୍ୟା: ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ପେସାଦାର ବ୍ୟବସାୟୀ ଭାବିଚିନ୍ତି ପୁଞ୍ଜି ନିବେଶ ନିଷ୍ପତ୍ତି ନିଅନ୍ତୁ। ‌

ତୁଳା: କୌଣସି କଥାକୁ ନେଇ ସଂଶୟରେ ରହିବେ। ବିଶେଷ କାମରେ ସଫଳତା ହାସଲ ହେବ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

ବିଛା: ପାରିବାରିକ ଜୀବନରେ ଉତ୍ସାହ ରହିବ। ଜମିରେ ନିବେଶ ଲାଗି ଦିନଟି ଭଲ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଧନୁ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।

ମକର: ଜମି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାର ସହିତ ଆପଣ ସହମତ ହୋଇପାରିବେ ନାହିଁ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।

କୁମ୍ଭ: ପୂରା ଦିନ ବ୍ୟସ୍ତ ରହିବେ। ଆପଣଙ୍କ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେବେ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ବ୍ୟବସାୟରେ ଉନ୍ନତି ସୁନିଶ୍ଚିତ ହେବ।

ମୀନ: ଆପଣଙ୍କ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସାମାଜିକ କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରଶଂସା ହେବ। କିଣାବିକା ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର