ମେଷ: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସାମାଜିକ ଗଣମାଧ୍ୟମରେ ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ।
ବୃଷ: କାମ ମାମଲାରେ ଆପଣ ବହୁତ ବ୍ୟାବହାରିକ ରହିବେ। ଆପଣଙ୍କର ମିଠା କଥା କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ଫେରସ୍ତ ପାଇବେ।
ମିଥୁନ: ଅନ୍ୟର ପ୍ରେରଣା ନେଇ କାମ କରିବା ଆବଶ୍ୟକ। କଥା କମ୍ କାମରେ ଅଧିକ ମନ ଦିଅନ୍ତୁ। ବାପାମାଆଙ୍କ ସହିତ ସମୟ କାଟିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କର୍କଟ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ।
ସିଂହ: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଖୁସି ପୂର୍ଣ୍ଣ ରହିବ।
କନ୍ୟା: ଆପଣଙ୍କ ଉପରେ ଲୋକମାନେ ଭରସା ରଖିବେ। ଆପଣଙ୍କର ସଚ୍ଚୋଟତା ଲୋକଙ୍କୁ ପ୍ରେରିତ କରିବ। କର୍ମଜୀବୀ ମହିଳା ନୂଆ ପ୍ରକଳ୍ପରେ କାମ କରିବେ।
ତୁଳା: ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସହଯୋଗ କରିବେ। ପୂର୍ବରୁ କରିଥିବା କାମର ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର ପ୍ରକଳ୍ପ ପୂରା ହେବ।
ବିଛା: କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯେଉଁ ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ବନ୍ଧୁଙ୍କ ସହାୟତା ନେବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଧନୁ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବଡ଼ ପ୍ରକଳ୍ପରେ ପୁଞ୍ଜି ଲଗାଇବାକୁ ଭାବୁଥିଲେ ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।
ମକର: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଙ୍କୁ ମାର୍କେଟିଙ୍ଗ୍ ବିଷୟରେ ଦିଗ୍ଦର୍ଶନ ମିଳିବ।
କୁମ୍ଭ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ।
ମୀନ: ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ସୁଖ ବଜାୟ ରହିବ।