publive-imageମେଷ: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ପାଇଁ ଭଲ ମଉକା ପାଇବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳିର ଯୋଗ ଅଛି।

Advertisment

publive-imageବୃଷ: ଆପଣଙ୍କ ଜୀବନରେ ନୂଆ ମାଇଲଖୁଣ୍ଟ ହାସଲ ହେବ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗିବ।

publive-imageମିଥୁନ: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଜୀବନସାଥୀଙ୍କୁ ଅଶାନ୍ତିର କାରଣ ଜଣାନ୍ତୁ, ମନକୁ ଶାନ୍ତି ମିଳିବ। ସଙ୍ଗୀତଜ୍ଞ ବଡ଼ ସୁଯୋଗ ପାଇବେ।

publive-imageକର୍କଟ: ଲେଖକଙ୍କ ବିଚାରର ସମ୍ମାନ ହେବ। ଘରର ବାତାବରଣ ଭଲ ରହିବ। ଅବିବାହିତଙ୍କର ବିବାହ ଚର୍ଚ୍ଚା ହେବ। ବିଦ୍ୟାର୍ଥୀ କ୍ୟାରିୟରରେ ଉନ୍ନତି କରିବା ପାଇଁ ଅଧିକ ପରିଶ୍ରମ କରିବେ।

publive-imageସିଂହ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ। ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ।

publive-imageକନ୍ୟା: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageତୁଳା: ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

publive-imageବିଛା: ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ବଦଳାଇବା ପାଇଁ ସ୍ଥିର କରିପାରନ୍ତି। ଜୀବନସାଥୀଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ।

publive-imageଧନୁ: ଆପଣ ଭାବିଚିନ୍ତି ଫଇସଲା କରିବା ଦରକାର। କାମରେ ଭାଇର ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

publive-imageମକର: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିନ୍ତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। କ୍ୟାରିୟରରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କୌଣସି ବିଷୟ ନେଇ ସହପାଠୀଙ୍କ ସହଯୋଗ ପାଇବେ।

publive-image

କୁମ୍ଭ: କୋର୍ଟ କଚେରିରେ ମାମଲା ଚାଲିଥିଲେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଜିନିଷ ଉପରେ ବିଚାର କରିବେ।

publive-imageମୀନ: ଅଧୁରା କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ। ଅଫିସରେ ନୂଆ ଦାୟିତ୍ବ ମିଳିବ। ମନପସନ୍ଦ ଜାଗାକୁ ବଦଳିର ସୂଚନା ପାଇବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।