ମେଷ: ପୂଜାପାଠରେ ଆପଣଙ୍କ ଧ୍ୟାନ ରହିବ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ବୃଷ: ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
ମିଥୁନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅନାବଶ୍ୟକ ଭ୍ରମଣ ବର୍ଜନ କରନ୍ତୁ। ଛାତ୍ରଙ୍କୁ ଲେଖାପଢ଼ାରେ ବଡ଼ ଭାଇଭଉଣୀଙ୍କର ସାହାଯ୍ୟ ମିଳିବ।
ସିଂହ: ବାପାମାଆଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ସାମାଜିକ କାର୍ଯ୍ୟ ପାଇଁ ସମୟ ଦେବେ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ।
କନ୍ୟା: କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ତୁଳା: ଜୀବନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।
ବିଛା: ଭାବିଥିବା ସବୁ କାମ ଆପଣଙ୍କ ମନ ମୁତାବକ ହୋଇନପାରେ। ନିକଟ ସଂପର୍କୀୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ।
ଧନୁ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।
ମକର: ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ଦ୍ବାରା ଧନଲାଭ ହେବ। ଜୀବନସାଥୀ ଆପଣଙ୍କର ଇଚ୍ଛା ପୂରା କରିବେ। ଘର ମରାମତି ପାଇଁ ଦିନଟି ଶୁଭ।
କୁମ୍ଭ: ବ୍ୟବସାୟରେ ସାହସର ସହ କାମ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ଦାୟିତ୍ବ ବଢ଼ିବ। ରାଜନେତା ଲୋକମାନଙ୍କ ସହ ତାଳମେଳ ରଖନ୍ତୁ।
ମୀନ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ଧ୍ୟାନ ଦେଇ ନିଜର କାମ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ।