publive-imageମେଷ: ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ‌ ଯଥେଷ୍ଟ ଲାଭ ହେବ। ନକାରାତ୍ମକ ମାନସିକତା ଥିବା ଲୋକଙ୍କ ଠାରୁ ଦୂରେଇ ରହନ୍ତୁ। ପରୀକ୍ଷାରେ ସଫଳ ହେବା ପାଇଁ ଅଧିକ ପରିଶ୍ରମ କରନ୍ତୁ।

Advertisment

publive-imageବୃଷ: ଲୋକମାନେ ଆପଣଙ୍କ ବ୍ୟବହାରକୁ ପ୍ରଶଂସା କରିବା। କାର୍ଯ୍ୟକ୍ଷେତ୍ରରେ ସତର୍କ ରହନ୍ତୁ। ପ୍ରେମୀଯୁଗଳ ଦୀର୍ଘ ସମୟ ଫୋନରେ କଥା ହେବେ। କାରବାରରେ ଭଲ ଲାଭ ହେବ।

publive-imageମିଥୁନ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଶିକ୍ଷକମାନେ କର୍ମତତ୍ପର ରହିବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ଦୂର ହେବ।

publive-imageକର୍କଟ: ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଘରକୁ ବନ୍ଧୁ ଆସିପାରନ୍ତି। ପିଲାଙ୍କୁ କାମରେ ମାଆର ସହଯୋଗ ମିଳିବ।

publive-imageସିଂହ: ଇସ୍ପାତ ବ୍ୟବସାୟୀଙ୍କୁ ଲାଭ ମିଳିବ। ଚାକିରିଆଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ।

publive-imageକନ୍ୟା: ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ। ତେଜରାତି ଦୋକାନୀଙ୍କର ବିକ୍ରି ବଢ଼ିବ। ଅନ୍ତରଙ୍ଗ ବନ୍ଧୁ ସହିତ ମିଶିବାର ମଉକା ପାଇବେ। ଛାତ୍ରଛାତ୍ରୀ ନିଜର ପରିଶ୍ରମ ଜାରି ରଖନ୍ତୁ।

publive-imageତୁଳା: ଘର ଲୋକଙ୍କ ଠାରୁ ଶୁଭ ଖବର ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ମୋବାଇଲ ବ୍ୟବସାୟୀଙ୍କର ଭଲ ଲାଭ ହେବ।

publive-imageବିଛା: ଅଧିକ ମସଲା ତୈଳଯୁକ୍ତ ଖାଦ୍ୟ ପରିହାର କରନ୍ତୁ। ପ୍ରିୟଜନଙ୍କ ସହ ରାତ୍ରିଭୋଜନ ପାଇଁ ହୋଟେଲକୁ ଯାଇପାରନ୍ତି। ଅଫିସରେ ପୂରା ଧ୍ୟାନ ନିଜ କାମରେ ରଖନ୍ତୁ।

publive-imageଧନୁ: ଜଳଖିଆ ଦୋକାନ ଖୋଲିବା ପାଇଁ ବିଚାର କରୁଥିଲେ ବଡ଼ ଲୋକଙ୍କ ପରାମର୍ଶ ନିଅନ୍ତୁ। ଛାତ୍ରଛାତ୍ରୀ ପ୍ରକଳ୍ପ ପୂରା କରିବାରେ ସଫଳ ହେବେ। ପ୍ରେମ ଜୀବନ ଭଲ ରହିବ।

publive-imageମକର: ପ୍ରିୟଜନ ଆପଣଙ୍କ ଲାଗି ବିଶେଷ କାର୍ଯ୍ୟ କରିବେ। ଶିକ୍ଷକଙ୍କର ବଦଳି ହୋଇପାରେ। ଗଣମାଧ୍ୟମରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ସ୍ବାସ୍ଥ୍ୟ ଭଲ ରହିବ।

publive-image

କୁମ୍ଭ: ରାଜନେତା ସମ୍ମାନିତ ହେବେ। ଜୀବନସାଥୀ ଆପଣଙ୍କର ମନ ପସନ୍ଦର ବ୍ୟଞ୍ଜନ ତିଆରି କରି ଖୁଆଇବେ। ସମ୍ପର୍କୀୟଙ୍କ ଜରିଆରେ ଭଲ ଲୋକଙ୍କ ସହ ସାକ୍ଷାତ ହେବ।

publive-imageମୀନ: ଦାମ୍ପତ୍ୟ ଜୀବନ ସୁଖଦ ହେବ। ଅଫିସରୁ ଜରୁରୀ ଡାକରା ଆସିପାରେ। ସଭାରେ ଯୋଗ ଦେବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ।