publive-imageମେଷ: ଶିକ୍ଷା କ୍ଷେତ୍ରରେ ଥିବା ପେସାଦାରଙ୍କର ଲାଭ ହେବ। ବିଲଡର୍‌ଙ୍କୁ ନୂଆ କାମରୁ ଲାଭ ହେବ। ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ। ‌

Advertisment

publive-imageବୃଷ: ଆପଣଙ୍କ ଜୀବନସାଥୀଙ୍କୁ ଉନ୍ନତିର ଭଲ ଅବସର ମିଳିବ। କୋରିୟର ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ସୁଷମ ଖାଦ୍ୟ ଖାଆନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ‌

publive-imageମିଥୁନ: ନିଜର ଓ ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ହେବେ। ବିରୋଧୀ କ୍ଷତି କରିପାରନ୍ତି, ସତର୍କତା ଅବଲମ୍ବନ କରନ୍ତୁ।

publive-imageକର୍କଟ: ଦିନଟି ଆପଣଙ୍କ ଜୀବନରେ ନୂଆ ସମ୍ଭାବନା ନେଇ ଆସିବ। ସାକ୍ଷାତକାରରେ ସଫଳତା ମିଳିବାର ଯୋଗ ଅଛି। ବନ୍ଧୁ ଘରେ ଧାର୍ମିକ ଆୟୋଜନ ପାଇଁ ମନ ପ୍ରସ୍ତୁତ କରିପାରନ୍ତି।

publive-imageସିଂହ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟର ଲାଭ ମିଳିବ। ବନ୍ଧୁ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ।

publive-imageକନ୍ୟା: ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ। ଆପଣ ଚିନ୍ତା ମୁକ୍ତ ରହିବେ। ବେପାରୀଙ୍କୁ ଭଲ ଲାଭ ହେବ। ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageତୁଳା: ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଲେଖକ ନୂଆ କାହାଣୀ ଲେଖି‌ ପାରନ୍ତି।

publive-imageବିଛା: କାମ ସଂପୂର୍ଣ୍ଣ କରିବା ଦିଗରେ ସାହାଯ୍ୟ ପାଇବେ। ଧନଲାଭର ଯୋଗ ଅଛି। ବୈବାହିକ ଜୀବନ ସୁଖକର ହେବ। ନିକଟ ସଂପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ।

publive-imageଧନୁ: କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଘରର ସୌନ୍ଦର୍ଯ୍ୟୀକରଣ କରାଇପାରନ୍ତି। ଜୀବନସାଥୀଙ୍କ ସହିତ ଭଲ ଜାଗାକୁ ବୁଲି ଯିବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ।

publive-imageମକର: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ସୁଯୋଗ ମିଳିବ। କୃଷିଜୀବୀଙ୍କ ଲାଗି ଦିନଟି ବହୁତ ଭଲ। ଓକିଲଙ୍କୁ ବଡ଼ ମକଦ୍ଦମାରେ ସଫଳତା ମିଳିବ।

publive-image

କୁମ୍ଭ: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପିଲାର ସଫଳତାରୁ ଖୁସି ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଗୃହିଣୀ ଘର କାମରେ ବ୍ୟସ୍ତ ରହିବେ।

publive-imageମୀନ: ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆପଣଙ୍କ ଲାଗି ଭଲ। କାର ଚଳାଇବା ଶିଖି ପାରନ୍ତି। ଶରୀର ସୁସ୍ଥ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା ଅଛି।