ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। ‌

ବୃଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଅନ୍ବେଷଣକାରୀଙ୍କୁ ଭଲ ସ୍ଥାନରୁ ଡାକରା ଆସିବ। ‌

ମିଥୁନ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପା ମାଆଙ୍କ ପରାମର୍ଶ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅଭିଜ୍ଞତା ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କର୍କଟ: ପରିବାରରେ ବିଶେଷ ମାମଲାକୁ ଅଣଦେଖା କରନ୍ତୁ ନାହିଁ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବାପାମାଆଙ୍କ ପରାମର୍ଶ ଆପଣ ପାଇଁ ଲାଭଦାୟକ ହେବ।

ସିଂହ: ବାପାମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।

ତୁଳା: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

ବିଛା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।

ଧନୁ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ନିଜ ବିଚାରକୁ ସ୍ପ‌ଷ୍ଟଭାବେ ବ୍ୟକ୍ତ କରିବେ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।

ମକର: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି। ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।

କୁମ୍ଭ: କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମରେ ନୂଆ କୌଶଳ ବିନିଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।

ମୀନ: ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ ବଡ଼ ପ୍ରକଳ୍ପ ମିଳିବ। ଧର୍ମାନୁଷ୍ଠାନକୁ ଯିବେ।

ସମ୍ବନ୍ଧିତ ଖବର