ମେଷ: ଲାଗି ରହିଥିବା ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କାମର ନୂଆ ଯୋଜନା ଆକର୍ଷଣୀୟ ହେବ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ବୃଷ: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ସରକାରୀ କାମରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।
ମିଥୁନ: ଆପଣଙ୍କ ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ଅଚାନକ ଧନଲାଭର ଯୋଗ ଅଛି। ବ୍ୟବସାୟକୁ ଅନ୍ୟ ସହରରେ ବିସ୍ତାର କରିବାକୁ ଭାବିବେ।
କର୍କଟ: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରନ୍ତୁ, ଆର୍ଥିକ ଉନ୍ନତି ହେବ। ବିବାହିତଙ୍କୁ ପାରିବାରିକ ଖୁସି ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ଭଲ।
ସିଂହ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବ୍ୟାବସାୟିକ ଗୋଷ୍ଠୀରେ ଯୋଡ଼ି ପାରନ୍ତି। ଚାକିରିଆଙ୍କ ଆୟ ବଢ଼ିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ।
କନ୍ୟା: ଆପଣଙ୍କ ପାଇଁ ଉନ୍ନତି ଓ ଲାଭର ଦିନଟିଏ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଗୃହିଣୀମାନଙ୍କ ପାଇଁ ଦିନଟି ଭଲ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ତୁଳା: ଆପଣଙ୍କର ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ଜୀବନସାଥୀଙ୍କ ସହଯୋଗ ଅଶାନ୍ତି ଦୂର କରିବ। ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ।
ବିଛା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ବିବାଦ ଠାରୁ ଦୂରରେ ରହନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିବେ।
ଧନୁ: ଆପଣଙ୍କ ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ଅନ୍ଲାଇନ୍ ବ୍ୟବସାୟ କରୁଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ।
ମକର: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା ଲାଗୁ କରିବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
କୁମ୍ଭ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସର ଲୋକେ ପ୍ରଭାବିତ ହେବେ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି।
ମୀନ: ଦୈନିକ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ବିବାହ ଲାଗି ଭଲ ପ୍ରସ୍ତାବ ଆସିପାରେ।