ମେଷ: କାମ ଆରମ୍ଭ କରିବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନେବା ଭଲ। ସମ୍ମାନିତ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।
ବୃଷ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ବେପାର ବଢ଼ାଇବାର କୌଣସି ନୂଆ ସୂତ୍ର ଆପଣଙ୍କ ସମ୍ମୁଖକୁ ଆସିବ। ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ହେବ।
ମିଥୁନ: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଭୂସଂପତ୍ତି କିଣିବାର ଯୋଗ ଅଛି। ପିଲାମାନଙ୍କ ଠାରୁ ଶୁଭ ଖବର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
କର୍କଟ: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ ବଡ଼ କାମର ଦାୟିତ୍ବ ଦିଆଯିବ।
ସିଂହ: ଏଭଳି କିଛି ହାସଲ କରିବେ ଯାହାକୁ ବହୁ ଦିନରୁ ସନ୍ଧାନ କରୁଥିଲେ। ଲୋକେ ଆପଣଙ୍କ କାମ କରିବା ଶୈଳୀ ଦେଖି ପ୍ରଭାବିତ ହେବେ। ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯିବେ।
କନ୍ୟା: ପରିବାରରେ ସବୁ ଲୋକ ଆନନ୍ଦରେ ରହିବେ। କୋର୍ଟ କଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ତୁଳା: ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ।
ବିଛା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ସମ୍ବନ୍ଧରେ ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ପାଇଁ ଦିନଟି ଭଲ।
ଧନୁ: ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମକର: ଚାକିରିଆଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ସହ ବିଶେଷ ପ୍ରସଙ୍ଗ ଆଲୋଚନା କରିବେ। ବିବାଦରେ ପଶନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।
କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗ ପ୍ରତି ଢଳି ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ଉପଦେଶ ଆପଣଙ୍କ କ୍ୟାରିୟରର ଦିଗ ବଦଳାଇ ଦେବ। ସହପାଠୀ ଆପଣଙ୍କୁ ନିଜର ଗୂଢ଼ କଥା କହିବେ।
ମୀନ: ଚାକିରି କ୍ଷେତ୍ରରେ ଆପଣ ଅଧିକ ବ୍ୟାବହାରିକ ରହିବେ। କାରବାରରେ ଯଥେଷ୍ଟ ଲାଭ ମିଳିବ। ସମାଜରେ ରାଜନେତାଙ୍କର ପ୍ରତିଷ୍ଠା ବଢ଼ିବ।