ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ବିଚାର ଲାଭ ଦେବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ବ୍ୟବସାୟ ବିସ୍ତାରର ଯୋଜନା କରିବେ।

ବୃଷ: କୌଣସି କଥା ବୁଝିବାରେ ଭୁଲ୍‌ ହୋଇପାରେ। ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀଙ୍କ ସହଯୋଗରେ ସଫଳତା ପାଇବେ। ଦୁଇଚକିଆ ଯାନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

କର୍କଟ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଯେଉଁମାନେ ଜମି କିଣିବା ପାଇଁ ଭାବୁଛନ୍ତି ସେମାନଙ୍କୁ ଭଲ ପ୍ରସ୍ତାବ ମିଳିବ। ବିରୋଧୀ ଦୂରତ୍ବ ବଜାୟ ରଖିବ।

ସିଂହ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସୁସମ୍ବାଦ ପାଇବେ। ବେକାରଙ୍କୁ ଭଲ ରୋଜଗାରର ସୁଯୋଗ ମିଳିବ। ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି।

କନ୍ୟା: ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ସଂଚାର ହେବ।

ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରୋଇ ସାମଗ୍ରୀ କିଣିବା ପାଇଁ ସହରକୁ ଯିବେ।

ବିଛା: କାରବାରରେ ଯଥେଷ୍ଟ ଲାଭ ମିଳିବ। କୌଣସି କଥାକୁ ନେଇ ସଂଶୟରେ ଥିଲେ ବନ୍ଧୁଙ୍କୁ ଜଣାନ୍ତୁ, ସବୁ ଠିକ୍ ହୋଇଯିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ଅନ୍ତ ଘଟିବ।

ଧନୁ: ନୂଆ କାର୍ଯ୍ୟ ପାଇଁ ଆଗ୍ରହ ବଢ଼ିବ। ଆର୍ଥିକ ମାମଲାରେ ସଫଳତା ପାଇବେ। କୌଣସି ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ଖୁସିର ଆଗମନ ହେବ।

ମକର: ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: କାରବାର ଦ୍ରୁତ ଗତିରେ ବଢ଼ିବ। ଅବିବାହିତ ବ୍ୟକ୍ତିଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। କଳା ଛାତ୍ରଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ।

ମୀନ: ମନରେ ନୂଆ ବିଚାର ଆସିବ। ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ଚାକିରିଆଙ୍କୁ ଆର୍ଥିକ ଲାଭ ମିଳିପାରେ।

ସମ୍ବନ୍ଧିତ ଖବର