ମେଷ: ଇଷ୍ଟଦେବଙ୍କ ସ୍ମରଣରେ ଆତ୍ମବଳ ବୃଦ୍ଧି ହେବ। ବାପାମାଆଙ୍କ ସେବା କଲେ ଭଲ ଫଳ ପାଇବେ। ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ଜିତିବେ।
ବୃଷ: ନମ୍ର ହୋଇ ମୁରବିଙ୍କ ସହ କଥାବାର୍ତ୍ତା କରନ୍ତୁ। ଚାକିରିରେ କୌଣସି ଆଶା ପୂରଣ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ନେଇ ବିଚାର କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ଫେରି ଆସିବ।
କର୍କଟ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
ସିଂହ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ଖେଳାଳିଙ୍କ ସମର୍ଥକ ସଂଖ୍ୟା ବଢ଼ିବ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ପ୍ରେମ ଜୀବନ ମଧୁର ହେବ।
କନ୍ୟା: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।
ତୁଳା: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ନିଜ ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ସୁଯୋଗ ଓ କାମ ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
ବିଛା: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସନ୍ଧାନ ପାଇବେ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ।
ଧନୁ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି।
ମକର: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକ ଖଟାଇ କାମ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ିବ।
କୁମ୍ଭ: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ନେଇ ବିବାଦ ସମାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ମୀନ: ମନରେ ନୂଆ କାର୍ଯ୍ୟ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଶିକ୍ଷକଙ୍କ ସହ ଉତ୍ତମ ବୁଝାମଣା ରହିବ।