ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ କାମ ଆରମ୍ଭ କରିବାରେ ଧୢାନ କେନ୍ଦ୍ରୀତ କରିବେ। ବେପାରୀଙ୍କୁ ଧନଲାଭ ହେବ।

 

ବୃଷ: ଆପଣଙ୍କ ସାମନାକୁ ଆସିଥିବା ଆହ୍ବାନର ଦୃଢ଼ ମୁକାବିଲା କରିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

 

ମିଥୁନ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ଭଲ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।

 

କର୍କଟ: ସବୁ ଇଚ୍ଛା ପୂରଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

 

ସି˚ହ: ଆପଣ ଖୋଦ୍‌କୁ ସୁସ୍ଥ ଓ ସବଳ ଅନୁଭବ କରିବେ। ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ପାଇବେ।

 

କନ୍ୟା: ଅନ୍ୟ କାହା କାମରେ ନିଜର ମତ ବ୍ୟକ୍ତ କରିବାରୁ ନିବୃତ୍ତ ରୁହନ୍ତୁ। ପୂର୍ବରୁ କିଣିଥିବା ଜମି ବିକିଲେ, ଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ତୁଳା: ପୁରୁଣା ସ୍ମୃତି ତାଜା ହେବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶି ପାରନ୍ତି। ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବିଲ୍‍ଡରଙ୍କ ଲାଗି ଦିନଟି ଲାଭପ୍ରଦ।

 

ବିଛା: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ସାମାଜିକ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେବ। ନୂଆ କାମର ଯୋଜନା କରିପାରନ୍ତି।

 

ଧନୁ: ଦୃଢ଼ ମନୋବଳ ଯୋଗୁଁ ଆପଣଙ୍କୁ ସଫଳତା ମିଳିବ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ପଦୋନ୍ନତି ଦେଇପାରନ୍ତି। ରାଜନୀତିକ ଲୋକଙ୍କ ପାଇଁ ଦିନଟି ଶୁଭ।

 

ମକର: କୌଶଳ ଓ କଳା ବିଦ୍ୟା ଶିଖିବାକୁ ପ୍ରୟାସ କରନ୍ତୁ। ଘରକୁ ବନ୍ଧୁ ଆସିବା ହେତୁ ଘରେ ପ୍ରସନ୍ନତା ରହିବ। ଘର ପାଇଁ ଦରକାରୀ ଜିନିଷ କିଣିବେ।

 

କୁମ୍ଭ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ। ପ୍ରେମରେ ସଫଳତା ମିଳିବ।

 

ମୀନ: ପୂର୍ବରୁ ତିଆରି କରିଆସୁଥିବା ଯୋଜନା ସ˚ପୂର୍ଣ୍ଣ ହେବ। ଧନଲାଭ ସହିତ ନୂଆ କାମ ପାଇବେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର