publive-image

Advertisment

ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କୁ ନିଜର ମନ କଥା କହିବେ। ‌

publive-image

ବୃଷ: ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଅଫିସରେ ବାକି କାମ ପୂରା ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାଙ୍କୁ ବିଶେଷ ଖବର ମିଳିବ। ‌

publive-image

ମିଥୁନ: ଶରୀର ସୁସ୍ଥ ରହିବ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ‌

publive-image

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆୟ ଉତ୍ସରେ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ।‌

publive-image

ସିଂହ: ମନ ସାମାଜିକ କାର୍ଯ୍ୟରେ ଲାଗିବ। ନୂଆ କାମ ପାଇଁ ଯୋଜନା କରିପାରନ୍ତି। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।

publive-image

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ।

publive-image

ତୁଳା: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ ନୂଆ ବିଚାର ପ୍ରୟୋଗ କରିବେ। ବେପାରରେ ଅଚାନକ ଧନଲାଭ ହେବ।

publive-image

ବିଛା: ଅଫିସରେ ଜରୁରୀ କାମ ସାରିବାରେ ପୂର୍ବ ଅନୁଭବ କାମ ଦେବ। ନୂଆ ବ୍ୟବସାୟରେ ବୁଝି ବିଚାରି ନିବେଶ କରନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ କଥା ହେବେ।

publive-image

ଧନୁ: ପୁରୁଣା ବନ୍ଧୁ ସହ ଫୋନରେ କଥା ହେବେ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଶତ୍ରୁ କ୍ଷତି ପହଞ୍ଚାଇବାର ପ୍ରୟାସ କରି ବିଫ​ଳ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

publive-image

ମକର: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିବ। ପରିବାରରେ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

publive-image

କୁମ୍ଭ: ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ଅବସ୍ଥାରେ ସ୍ଥିରତା ବଜାୟ ରହିବ। ଧାର ଦେଇଥିବା ଅର୍ଥ ଫେରି ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

publive-imageମୀନ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ଧନଲାଭର ସୁବର୍ଣ୍ଣ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।