ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ସହିତ ତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ବୃଷ: ମାନସିକ ପ୍ରସନ୍ନତା ବଜାୟ ରହିବ। ରାଜନୀତି କ୍ଷେତ୍ର‌ରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଅର୍ଥ ନେଣଦେଣ ବେଳେ ସାବଧାନ ରହନ୍ତୁ।

ମିଥୁନ: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ପରିବାର ସହିତ ଭଲରେ ସମୟ କାଟିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

କର୍କଟ: କୌଣସି ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ। ଆପଣଙ୍କ ରଚନାକୁ ଲୋକେ ପ୍ରଶଂସା କରିବେ।

ସିଂହ: ଆପଣଙ୍କ ପ୍ରଗତି ପଥରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଉଚ୍ଚ ପଦ ପାଇବା ପାଇଁ ଇଚ୍ଛା ବଢ଼ିବ। ଗୃହିଣୀମାନେ ରୋଷେଇ କରୁଥିବା ସମୟରେ ସାବଧାନ ରହନ୍ତୁ।

କନ୍ୟା: ଅଫିସରେ ଯେଉଁ କାମ କରୁଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ରାଜ୍ୟ ବାହାରକୁ ପଠାଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ତୁଳା: ଆପଣ ନୂଆ ବିଚାରରେ ପୂର୍ଣ୍ଣ ରହିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଯେଉଁ କାମ କରିବାକୁ ଚାହୁଁଛନ୍ତି ସେଥିରେ ଆଶାଠୁଁ ଅଧିକ ସଫଳତା ପାଇବେ।

ବିଛା: ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ଜୀବନରେ ଲାଗିରହିଥିବା ସବୁ କଷ୍ଟର ନିବାରଣ ହେବ। କର୍ମଜୀବୀ ମହିଳାଙ୍କର ଦରମା ବୃଦ୍ଧି ହୋଇପାରେ। ଘରକୁ ବନ୍ଧୁ ଆସିବେ।

ଧନୁ: କିଛି ନୂଆ ସୁବିଧା ମିଳିବ ଯାହା ଦ୍ବାରା ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କର ମନ ପାଠପଢ଼ାରେ ଲାଗିବ।

ମକର: ଲାଗି ରହିଥିବା ମକଦ୍ଦମାର ସମାଧାନ ବାହାରିବ। ଆପଣଙ୍କର ଆକର୍ଷଣୀୟ ସ୍ବଭାବରେ ଲୋକେ ମୁଗ୍ଧ ହେବେ। ଭୂସଂପତ୍ତି କିଣିବା ଲାଗି ଦିନଟି ଭଲ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ। ନିର୍ଦ୍ଧାରିତ ଲକ୍ଷ୍ୟର ଖୁବ୍ ନିକଟତର ହେବେ।

ମୀନ: ଆପଣ ଆଧ୍ୟାତ୍ମିକ ଚିନ୍ତାରେ ବୁଡ଼ି ରହିବେ। କୌଣସି ବନ୍ଧୁ ସହ ଅଚାନକ ଦେଖା ହେବ। ବ୍ୟବସାୟରେ ମନ ମୁତାବକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର