ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

 

ବୃଷ: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ବ୍ୟାଙ୍କ ବାଲାନ୍‌ସ ମଜଭୁତ ହେବ। କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।

ମିଥୁନ: ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଲେଖାଲେଖି କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ।

କର୍କଟ: ପରିବାର ଲୋକଙ୍କ ଆବଶ୍ୟକତା ପୂରା କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କୁ ସଫଳତା ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ।

ସିଂହ: ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆପଣ ବିଲ୍‌ଡର୍‌ ହୋଇଥିଲେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ।

କନ୍ୟା: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

 

ତୁଳା: ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ସହକର୍ମୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ବିଛା: ଆପଣ ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

 

ଧନୁ: ଜୀବନରେ ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଦିଗରେ ସ୍ଥିର ରଖିବେ। ଜୀବନସାଥୀଙ୍କ ସହ ବୁଲାବୁଲି ଯୋଜନା କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ।

 

ମକର: ବିଶେଷ କାମ ପାଇଁ ମନରେ ନୂଆ ବିଚାର ଆସିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବନ୍ଧୁଙ୍କ ସହ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ।

 

କୁମ୍ଭ: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। କାମକୁ ନେଇ କୌଣସି ବଡ଼ ଫଇସଲା କରିବେ।

ମୀନ: କାମ ଧନ୍ଦା ଜଡ଼ିତ ମାମଲରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର