ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ କରି ଆସୁଥିବା କାମ ଆଜି ସଂପୂର୍ଣ୍ଣ ହୋଇଯିବ। ନୂଆ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସଂପର୍କୀୟଙ୍କର ପରାମର୍ଶ ନିଅନ୍ତୁ। କ୍ୟାରିୟରରେ ଅବରୋଧ ଦୂର ହୋଇଯିବ।

ବୃଷ: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ମିଥୁନ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ବାହାରିବ।

କର୍କଟ: ଇଂଜିନିୟର ଠିକ୍ ସ୍ଥାନରେ ନିଜ ଅଭିଜ୍ଞତା ପ୍ରୟୋଗ କଲେ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦଦାୟକ ରହିବ।

ସିଂହ: କୌଣସି କାମ କରିବା ପୂର୍ବରୁ ଆତ୍ମସମୀକ୍ଷା କରିନେବା ଭଲ। ପରିବାର ଲୋକଙ୍କ ସହଯୋଗରେ ଦାୟିତ୍ବ ନିର୍ବାହ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।

କନ୍ୟା: ବନ୍ଧୁ ସହଯୋଗରେ ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ।

ତୁଳା: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ।

ବିଛା: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଘରକୁ ଖୁସିର ଆଗମନ ହେବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଧନୁ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ କାମକୁ ନେଇ ଚିନ୍ତା ବଢ଼ିପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମକର: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଚାକିରି ଓ ବ୍ୟବସାୟରୁ ବିଶୃଙ୍ଖଳା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ।

କୁମ୍ଭ: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। ପରିବାରରେ ଖୁସିର ମାହୋଲ ରହିବ। କିଛି ସକାରାତ୍ମକ କାମ କରିବାକୁ ଭାବିବେ। ପରିଶ୍ରମ କଲେ ଯାଇ ଲାଭ ପାଇବେ।

ମୀନ: ପରିବାର ଲୋକଙ୍କ ସହ କଳହ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର