ମେଷ: ଧର୍ମ ସ୍ଥାନକୁ ଯାଇପାରନ୍ତି। କୌଣସି ଶୁଭ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ। ଅଫିସ କାମରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଇଷ୍ଟଦେବଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସଫାସୁତୁରା କରିବାରେ ସମୟ ଦେବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।
ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ।
କର୍କଟ: ନିଜର ମହତ୍ତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକତା ବଜାୟ ରଖନ୍ତୁ। ଅଭିଭାବକଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ।
ସି˚ହ: ପୁରୁଣା ବିବାଦ ସମାପ୍ତ ହେବାରୁ ନୂଆ କାମରେ ମନ ଲାଗିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତ୍କାର ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ।
କନ୍ୟା: ଆପଣଙ୍କ ସମ୍ମୁଖକୁ ଆସୁଥିବା ଲୋକଙ୍କର ମାନସିକତାକୁ ଆପଣ ଶୀଘ୍ର ବୁଝିନେବେ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ।
ତୁଳା: ବ୍ୟବସାୟରେ ଲାଗିରହିଥିବା ବିବାଦ ସମାପ୍ତ ହେବ। ଆୟର ନୂଆ ଉତ୍ସ ପାଇବେ। ଚାକିରିଜୀବୀଙ୍କୁ ସଫଳତା ହାସଲ ହେବ।
ବିଛା: ନୂଆ ଲୋକଙ୍କ ସହିତ ଆଲୋଚନା କରିବେ। କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ।
ଧନୁ: ସାରାଦିନ ଖୁସି ମନରେ ରହିବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମ ସଂପର୍କରେ ବଦଳି ପାରେ। ଆପଣଙ୍କୁ ଆମଦାନିର ନୂଆ ସ୍ରୋତ ମିଳିବ।
ମକର: ଆପଣ ଖୁବ୍ ମଜା କରିବେ ଓ ଖୁସି ରହିବେ। ବନ୍ଧୁଙ୍କ ଠାରୁ ଉପହାର ପାଇବେ। ନିଜର ସାମର୍ଥ୍ୟ ବଳରେ ସବୁ କାମ ସ˚ପୂର୍ଣ୍ଣ କରିନେବେ।
କୁମ୍ଭ: ସାମାଜିକ କାର୍ଯ୍ୟରେ ସମୟ ଦେବେ। ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ।
ମୀନ: ଆପଣ ନିଜର ଜୀବନଶୈଳୀ ଓ ଖାଦ୍ୟ ପାନୀୟ ପ୍ରତି ଧୢାନ ଦିଅନ୍ତୁ। ନୂଆ କାମ ପାଇଁ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।